Advertisment

କେମିତି ହାଇଦର ଗ୍ୟାଙ୍ଗରେ ସାମିଲ ହେଲା ୟାକୁବ ?

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଏକ ଟ୍ୱିଷ୍ଟ ଆସିଛି। ହାଇଦରର ପୁରୁଣା ସହଯୋଗୀ ସଲ୍ଲୁ ଓରଫ ୟାକୁବ ଆଜି କଟକ ଚାଉଳିଆଗଞ୍ଜ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ସଲ୍ଲୁ ହାଇଦରର ବହୁ ପୁରୁଣା ସହଯୋଗୀ ବୋଲି କୁହାଯାଉଛି। କିଏ ଏହି ୟାକୁବ ? କେମିତି ହାଇଦର ସହ ତାର ସାକ୍ଷାତ ହୋଇଥିଲା ? ଏକ ବୋମାମାଡ ଘଟଣାରେ ୟାକୁବ ଜେଲ୍ ଯାଇଥିଲା। ସେଠାରେ ହାଇଦରର ପୁଅ ସହ ୟାକୁବର ଦେଖା ହୋଇଥିଲା। ସେହିଦିନ ଠାରୁ ୟାକୁବ […]

author-image
Rajalaxmi Sahoo
କେମିତି ହାଇଦର ଗ୍ୟାଙ୍ଗରେ ସାମିଲ ହେଲା ୟାକୁବ ?

Hyder's Aide Yakub

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଏକ ଟ୍ୱିଷ୍ଟ ଆସିଛି। ହାଇଦରର ପୁରୁଣା ସହଯୋଗୀ ସଲ୍ଲୁ ଓରଫ ୟାକୁବ ଆଜି କଟକ ଚାଉଳିଆଗଞ୍ଜ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ସଲ୍ଲୁ ହାଇଦରର ବହୁ ପୁରୁଣା ସହଯୋଗୀ ବୋଲି କୁହାଯାଉଛି।

Advertisment

କିଏ ଏହି ୟାକୁବ ? କେମିତି ହାଇଦର ସହ ତାର ସାକ୍ଷାତ ହୋଇଥିଲା ?

ଏକ ବୋମାମାଡ ଘଟଣାରେ ୟାକୁବ ଜେଲ୍ ଯାଇଥିଲା। ସେଠାରେ ହାଇଦରର ପୁଅ ସହ ୟାକୁବର ଦେଖା ହୋଇଥିଲା। ସେହିଦିନ ଠାରୁ ୟାକୁବ ହାଇଦର ସହ ଯୋଗାଯୋଗରେ ଆସିଥିଲା ଓ ସେହିଦିନ ଠାରୁ ହାଇଦର ଗ୍ୟାଙ୍ଗରେ ବି ସାମିଲ ହୋଇଥିଲା ୟାକୁବ। ହାଇଦରର ଅପରାଧିକ କାର୍ଯ୍ୟକଳାପକୁ ବୁଝୁଥିଲା ୟାକୁବ। ୟାକୁବ, ହାଇଦରର ଦୀର୍ଘ ଦିନର ସହଯୋଗୀ ବୋଲି କୁହାଯାଉଛି। ହାଇଦର ଫେରାର ହେବା ଦିନ ୟାକୁବ ତାକୁ ବିରିୟାନୀ ଦେଇଥିଲା ବୋଲି ସୂଚନା ମିଳିଛି। କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀବିହାରରେ ରହୁଥିବା ୟାକୁବ ଏକାଧିକ ଥର ହାଇଦରକୁ ଭେଟିଥିଲା। ୟାକୁବ ଏସ୍‌ସିବିରେ ହାଇଦରକୁ ଭେଟି ବିଭିନ୍ନ କାମ ପାଇଁ ସହଯୋଗ ମାଗୁଥିବା ସୂଚନା ମିଳିଛି। ୟାକୁବ ନାଁରେ କଟକର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଦାଦାବଟି, ଡକାୟତି ଭଳି ଅନେକ ମାମଲା ୟାକୁବ ନାଁରେ ରହିଛି। ତେବେ ହାଇଦର ସହିତ କେତେ ଦିନ ଧରି ଯୋଗାଯୋଗରେ ଥିଲା ୟାକୁବ ? ହାଇଦର ସହ ମିଶି କେତେଦିନ ହେଲା କଟକରେ କ୍ରାଇମ ନେଟ୍ଓ୍ୱର୍କ ଚଳାଇଥିଲା, ଏହାକୁ ତଦନ୍ତ ପରିସରଭୁକ୍ତ କରିଛି ପୋଲିସ୍‌। 

ହାଇଦର ଫେରାର ପଛରେ ଷଡ଼ଯନ୍ତ୍ର ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି। ସେ କହିଛନ୍ତି, ପୋଲିସକୁ ତଦନ୍ତରେ ସମସ୍ତ ସହଯୋଗ କରୁଛୁ। ଜେଲ୍ ବିଭାଗ ପକ୍ଷରୁ କୌଣସି ତ୍ରୁଟି ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିଶ୍ଚିତ। ଏହା ପଛରେ କୌଣସି ଅବହେଳା କିମ୍ବା ଷଡ଼ଯନ୍ତ୍ର ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାର ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ଗ୍ୟାଙ୍ଗଷ୍ଟର ହାଇଦର ସମ୍ପର୍କରେ ପୋଲିସ ଟେର୍ ପାଇ ପାରୁନଥିବା ବେଳେ ହାଇଦର ଫେରାର ହେବାର ପୂର୍ବ ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋରେ ହାଇଦର ହସ୍ପିଟାଲ୍‌ ବେଡ୍‌ରେ ବସିଥିବା ନଜର ଆସିଛି। ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ଫେରାର ହୋଇଯାଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର।

ସେପଟେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାକୁ ନେଇ ପୋଲିସ୍‌କୁ ଟାର୍ଗେଟ କରିଛି ବିଜେପି।
ଘଟଣାକୁ ନେଇ ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି, ୩୬ ଘଣ୍ଟା ପରେ ବି ପୋଲିସ୍‌ ହାତ ଖାଲି। ହାଇଦରକୁ ନ ଖୋଜି ପୋଲିସ ପିପିଲିରେ ଲାଗିଛି।

Gangster Hyder
Advertisment
Advertisment