Advertisment

ଏମିତି ବି କଥା ହୋଇପାରିବେ ଗାଡ଼ି ଚାଳକ, କେମିତି ଧରାପଡିବେ ?

ଭୁବନେଶ୍ୱର  : ଡିସେମ୍ୱର ଆରମ୍ଭରୁ ସାରା ଓଡ଼ିଶାରେ ଟ୍ରାଫିକ ନିୟମ କଡ଼ାକଡ଼ି କରିଛନ୍ତି ସରକାର। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନେ ମୋଟା ଅଙ୍କର ଜୋରିମାନା ଗଣିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ। ତେବେ ରାସ୍ତାରେ ଆଉ ଚାଳକଙ୍କୁ ନଅଟକାଇ ସିଧା ଘରକୁ ଚାଲାଣ  ଯିବ ବୋଲି ପୋଲିସ କହିଛି। କାରଣ ରାସ୍ତା ଚାରିପଟେ ଜଗିଥିବା ସିସି ଟିଭି କ୍ୟାମେରା ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଧରାଇବ ବୋଲି ପୁଲିସ କହିଛି। ମଦ୍ୟପାନ […]

author-image
Pradesh Pratyush
ଏମିତି ବି କଥା ହୋଇପାରିବେ ଗାଡ଼ି ଚାଳକ, କେମିତି ଧରାପଡିବେ ?

drive--9

ଭୁବନେଶ୍ୱର  : ଡିସେମ୍ୱର ଆରମ୍ଭରୁ ସାରା ଓଡ଼ିଶାରେ ଟ୍ରାଫିକ ନିୟମ କଡ଼ାକଡ଼ି କରିଛନ୍ତି ସରକାର। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନେ ମୋଟା ଅଙ୍କର ଜୋରିମାନା ଗଣିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ। ତେବେ ରାସ୍ତାରେ ଆଉ ଚାଳକଙ୍କୁ ନଅଟକାଇ ସିଧା ଘରକୁ ଚାଲାଣ  ଯିବ ବୋଲି ପୋଲିସ କହିଛି। କାରଣ ରାସ୍ତା ଚାରିପଟେ ଜଗିଥିବା ସିସି ଟିଭି କ୍ୟାମେରା ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଧରାଇବ ବୋଲି ପୁଲିସ କହିଛି।

Advertisment

ମଦ୍ୟପାନ କରି ଗାଡ଼ି ଚଳାଇଲେ ୧ ହଜାର ଟଙ୍କା ଫାଇନ୍, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୫ ହଜାର, ଟ୍ରାଫିକ୍‌ର ବିପରୀତ ଦିଗରେ ଗାଡ଼ି ଚଳାଇଲେ ୫ ହଜାର, ଗାଡ଼ି ଚାଳନା ସମୟରେ ମୋବାଇଲ୍ ବ୍ୟବହାର କଲେ ୫ ହଜାର, ବିପଦପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ୫ ହଜାର, ଦୁଇଚକିଆରେ ତିନିଜଣ ଗଲେ ୫ ହଜାର, ଅତ୍ୟଧିକ ଭାର ପରିବହନ ଲାଗି ୨ ହଜାର, ରେଡ୍ ଲାଇଟ୍‌ରେ ଅବମାନନା କଲେ ୫ ହଜାର, ହେଲମେଟ୍ ନପିନ୍ଧିଲେ ୧ ହଜାର ଓ ସିଲ୍ଟ ବେଲ୍ଟ ନ ପିନ୍ଧିଲେ ହଜାରେ ଲେଖାଏ ଗଣିବାକୁ ପଡ଼ିବ ବୋଲି ନିୟମ ରହିଛି।

ହେଲେ ଆଜିର ଏହି ଅତ୍ୟାଧୁନିକ ଯୁଗରେ ଗାଡ଼ି ଚଳାଇବା ବେଳେ ଯଦି ଜଣେ ମୋବାଇଲ ଫୋନ୍ ବ୍ୟବହାର କରୁଛି ତାହେଲେ ଟ୍ରାଫିକ ଜାଣିବ କେମିତି? ଯଦି ରାସ୍ତାରେ କଳି ନକରି ସବୁ ସିସି ଟିଭି କ୍ୟାମେରା ଭରସାରେ ଟ୍ରାଫିକ ରହିବ ତାହେଲେ ଟ୍ରାଫିକଠୁ ଗାଡି ଚାଳକ ଯେ ଅଧିକ ଚତୁର ତାହା ଜଣାପଡ଼ିଯିବ।

Advertisment

ସରକାରଙ୍କ ନିୟମ ଅନୁଯ।ୟୀ ମୋବାଇଲରେ କଥା ହେଲେ ଦୁର୍ଘଟଣାର ଆଶଙ୍କା ରହିଛି। ତେଣୁ ଗାଡି ଚଳାଇବା ବେଳେ ମୋବାଇଲରେ କଥା ହେବା ବେଆଇନ। କାରରେ ଡ୍ରାଇଭିଂ କରିବା ବେଳେ ମୋବାଇଲରେ କଥା ହୋଇଯିବା ସମ୍ଭବ ପର ନୁହେଁ। ଏହାକୁ ନଜରର ରଖି ଅନେକ କାର୍‌ କମ୍ପାନୀ କାର୍‌ ଭିତରେ ବଶି ଫୋନରେ କଥା ହେବା ପାଇଁ ଅତ୍ୟାଧୁନିକ ଯନ୍ତ୍ରାଂଶ ବାହାର କରିଛନ୍ତି। ଯେଉଁଥିରେ ବ୍ଲୁଟୁଥ, ଜିପିଏସ, ଏଫଏମ ରେଡିଓ ଭଳି ଅନେକ ଫିଚର ରହିଛି। ଜଣେ କାର୍‌ ଚାଳକ ସିଟ ବେଲ୍ଟ ପିନ୍ଧି ଗାଡି ଚଳାଇବ, ହେଲେ ସେ ଯଦି କାରରେ ଲାଗିଥିବା ବ୍ଲୁଟୁଥ ଜରିଆରେ ଫୋନରେ କଥା ହେବ ତାହାଲେ ଟ୍ରାଫିକ କିଭଳି ଧରିବ? ସରକାରଙ୍କ ଟ୍ରାଫକ ଆଇନ ଅନୁଯାୟୀ ଯଦି ଏହା ଆଇନ ଉଲ୍ଲଂଘନ କରୁଛି ତାହେଲେ ଏହି କାର୍‌ ବିକ୍ରୀ ଉପରେ ସରକାର ରୋକ୍ ଲଗାଇ ପାରିବେ କି?

ସେହିପରି ସ୍କୁଟି, ବାଇକ ଓ କାରରେ ବ୍ଲୁଟୁଥ୍ ଫିଚର ରହିଛି। ଯେଉଁଥିରେ ଗାଡ଼ି ଚାଳକ ମୋବାଇଲ ଫୋନ ନ ଧରି ମଧ୍ୟ ଫୋନ୍‌ରେ କଥା ହେଉଥିବା ସମୟରେ ରାସ୍ତାରେ ଗାଡ଼ି ଚଳାଇ ପାରିବ। ଏହି ସ୍ଥିତିରେ ଟ୍ରାଫିକ ପୁଲିସ କିଭଳି ଗାଡ଼ି ଚାଳକଙ୍କୁ ଧରିବେ? ରାସ୍ତାରେ ଫୋନରେ କଥା ହେବା ସମୟରେ ଗାଡ଼ି ଚଳାଇବା ବେଆଇନ ହୋଇଥିଲେ ଏବେ ଏହି ଗାଡି ବିକ୍ରି ଉପରେ ରାଜ୍ୟ ସରକାର ରୋକ ଲଗାଇ ପାରିବେ କି?

ସେହିଭଳି ମୋବାଇଲ ଆପ୍ସରେ ଓ୍ୱାନ ଷ୍ଟପ ପରିବହନ ସେବା ଯୋଗାଉଥିବା ରାପିଡୋ, ଓଲା, ଉବେର ଭଳି ସଂସ୍ଥାକୁ ବେଆଇନ ବୋଲି ସରକାର ଘୋଷଣା କରିବେ କି? କାରଣ ଏହି ସବୁ କମ୍ପାନୀର ସେବା ଯୋଗାଉଥିବା ଗାଡି ଚାଳକମାନେ ଯାତ୍ରୀଙ୍କୁ ଠିକଣା ସ୍ଥାନରୁ ଆଣିଥାନ୍ତି। ସେମାନେ ନିଜେ ଗାଡ଼ି ଚଳାଇବା ବେଳେ ରାସ୍ତାରେ ଯାତ୍ରୀଙ୍କ ସହ କଥା ହୋଇ ଆସିଥାନ୍ତି। ଖାଲି ଏହି ସଂସ୍ଥା ନୁହଁ ଘରକୁ ଘର ଖାଦ୍ୟ ସେବା ଯୋଗାଇ ଆସୁଥିବା କମ୍ପାନୀମାନେ ମଧ୍ୟ ସମାନ ନୀତି ଆପଣାଇଥାନ୍ତି।

ଏହା ବାଦ ଏବେ ଅତ୍ୟାଧୁନିକ ହେଲମେଟ ମଧ୍ୟ ବାହାରିଛି। ଯେଉଁଥିରେ ବ୍ଲୁଟୁଥ ଫିଚର ସଂଯୋଗ ହୋଇ ରହିଛି। ଗାଡି ଚାଳକ ପକେଟରେ ମୋବାଇଲ ରଖିଥିଲେ ମଧ୍ୟ ହେଲମେଟ ପିନ୍ଧି ଜଣେ ଜଣଙ୍କ ସହିତ କଥା ହୋଇପାରିବ। ଏଭଳି ସ୍ଥିତିରେ ଟ୍ରାଫିକ ପୁଲିସ କେମିତି ଜାଣିବ ହେଲମେଟ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ଫୋନରେ କଥା ହେଉଛି ବୋଲି? ଯଦି ସରକାର ଚାହୁଁଛନ୍ତି କୌଣସି ବ୍ୟକ୍ତି ଫୋନରେ କଥା ନହୋଇ ଗାଡି ଚଳାଉ ତାହାଲେ ବ୍ଲୁଟୁଥ ସଂଯୋଗ ହେଲମେଟ ବିକ୍ରି ଉପରେ ବ୍ୟାନ ଲଗାଇବ କି ସରକାର?

Advertisment
Advertisment