Advertisment

ବ୍ୟାଙ୍କରେ ତାଲା ପକାଇଦେଲେ ଘର ମାଲିକ

ମୁନିଗୁଡ଼ା ( ନନ୍ଦକିଶୋର ପଟ୍ଟନାୟକ) : ରାୟଗଡ଼ା ଜିଲ୍ଲା ବିଷମକଟକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ତାଲା ଠୁଙ୍କିଲେ ଘର ମାଲିକ। ସୂଚନା ଅନୁଯାୟୀ, ଗତ ୬ ମାସ ପୂର୍ବେ ଘର ମାଲିକଙ୍କ ସହିତ ହୋଇଥିବା ୧୦ ବର୍ଷିଆ ଏଗ୍ରିମେଣ୍ଟ ତାରିଖ ଶେଷ ହେଇଯାଇଥିଲା । ହେଲେ ଘର ମାଲିକ ବାରମ୍ବାର ବ୍ୟାଙ୍କ ମ୍ୟାନେଜରଙ୍କୁ ଘର ଖାଲି କରିବା ପାଇଁ ଅବଗତ କରିଥିଲେ ବି କୈଣସି ସମାଧାନ କରିନଥିବାରୁ ଆଜି ଘର ମାଲିକ ବାଧ୍ୟ ହୋଇ ବ୍ୟାଙ୍କରେ […]

author-image
Pradesh Pratyush
ବ୍ୟାଙ୍କରେ ତାଲା ପକାଇଦେଲେ ଘର ମାଲିକ

sbi

ମୁନିଗୁଡ଼ା ( ନନ୍ଦକିଶୋର ପଟ୍ଟନାୟକ) : ରାୟଗଡ଼ା ଜିଲ୍ଲା ବିଷମକଟକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ତାଲା ଠୁଙ୍କିଲେ ଘର ମାଲିକ। ସୂଚନା ଅନୁଯାୟୀ, ଗତ ୬ ମାସ ପୂର୍ବେ ଘର ମାଲିକଙ୍କ ସହିତ ହୋଇଥିବା ୧୦ ବର୍ଷିଆ ଏଗ୍ରିମେଣ୍ଟ ତାରିଖ ଶେଷ ହେଇଯାଇଥିଲା । ହେଲେ ଘର ମାଲିକ ବାରମ୍ବାର ବ୍ୟାଙ୍କ ମ୍ୟାନେଜରଙ୍କୁ ଘର ଖାଲି କରିବା ପାଇଁ ଅବଗତ କରିଥିଲେ ବି କୈଣସି ସମାଧାନ କରିନଥିବାରୁ ଆଜି ଘର ମାଲିକ ବାଧ୍ୟ ହୋଇ ବ୍ୟାଙ୍କରେ ତାଲା ପକାଇଥିବା କହିଛନ୍ତି।

Advertisment

ଅନ୍ୟପଟେ ଦୂରଦୁରାନ୍ତରରୁ ବ୍ୟାଙ୍କକୁ ଆସିଥିବା ଗ୍ରାହକ ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା କରି ନାହିଁ ନଥିବା ହଇରାଣ ହୋଇଛନ୍ତି । ଏନେଇ ବ୍ୟାଙ୍କ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ । ଏପଟେ ବ୍ୟାଙ୍କର ୬ ଜଣ କର୍ମଚାରୀ ବ୍ୟାଙ୍କ ଭିତରେ ଅଟକି ରହିଥିବା ସୂଚନା ମିଳିଛି l ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisment
Advertisment