/odishatv-khabar/media/post_attachments/uploadimage/library/16_9/16_9_0/house-owner-death_1626689175.jpg)
house owner death
ପୁରୀ :ଘର ଭଡ଼ାକୁ ନେଇ ମାଲିକଙ୍କୁ ଛାତରୁ ଠେଲି ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ପୁରୀ ପଥୁରିଆ ସାହିରେ। ମୃତକ ହେଲେ ନାରାୟଣ ମହାରଣା। ଅଭିଯୋଗ ଅନୁସାରେ ନରାୟଣଙ୍କ ଘରେ ଏକ ଦମ୍ପତି ଦୀର୍ଘଦିନ ହେଲା ଭଡ଼ାରେ ରହୁଥିଲେ । ତେବେ ଘର ମାଲିକଙ୍କୁ ଭଡ଼ା ଦେଉନଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏବଂ ସାହି ବାସିନ୍ଦାଙ୍କ ଉପସ୍ଥିତିରେ ବୁଝାମଣା ହୋଇଥିଲା।
Advertisment
ଘର ଛାଡିବାକୁ ଦମ୍ପତି ୫ମାସ ସମୟ ମାଗିଥିଲେ । ତେବେ ଆଜି ପୂର୍ବାହ୍ନରେ ହଠାତ ନାରାୟଣଙ୍କ ଚିତ୍କାର ଶୁଭିଥିଲା । ସ୍ଥାନୀୟ ବାସିନ୍ଦା ଆସି ଦେଖିବା ବେଳେ ସେ ତଳେ ପଡିଥିଲେ।
ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଥାନାରେ ଅଟକ ରଖିଛି । ଉଭୟଙ୍କୁ ଗିରଫ ଦାବିରେ ଲୋକେ ଥାନା ଘେରାଉ କରିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)