/odishatv-khabar/media/media_files/2026/01/26/rajya-sabha-seat-2026-01-26-20-17-19.jpg)
Rajya Sabha Seat Photograph: (OTV)
ଏଥର ରାଜ୍ୟସଭା ନିର୍ବାଚନରେ ହେବ କି ଘୋଡା ବେପାର ! ଚତୁର୍ଥ ସିଟ କବଜା ପାଇଁ କାମ ଦେବ କି ଏହି ରଣନୀତି। ଘୋଡା ବେପାର ହେଲେ କିଏ ମାରିବ ବାଜି । ଚତୁର୍ଥ ଆସନ ଦଖଲ ନେଇ ଶାସକ ଦଳର ଦମ୍ଭୋକ୍ତି । ସଂଖ୍ୟା ନଥାଇ ବି ଘୋଡା ବେପାର ଭୟରେ କଂଗ୍ରେସ ଦେଉଛି ପ୍ରାର୍ଥୀ । ରାଜ୍ୟସଭା ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଏମିତି ଚର୍ଚ୍ଚା ।
ରାଜ୍ୟସଭା ପାଇଁ କେତେ ସଂଖ୍ୟା ଦରକାର ? ରାଜ୍ୟସଭା ଗଣିତ କହୁଛି ଗୋଟିଏ ସିଟ ପିଛା ୩୧ ବିଧାୟକଙ୍କ ଭୋଟ ଆବଶ୍ୟକ । ଏବେ ବିଧାନସଭାରେ ବିଜେପି ପାଖରେ ୩ ସ୍ୱାଧୀନ ସହ ୮୨ଜଣ ବିଧାୟକ ରହିଛନ୍ତି ।
ବଳକା ଭୋଟ ଗଣିତ
ଦୁଇଟି ଆସନ ଜିତିବା ପାଇଁ ୬୨ ବିଧାୟକଙ୍କ ସମର୍ଥନ ପରେ ବିଜେପି ହାତରେ ଆଉ ୨୦ ଜଣ ବିଧାୟକଙ୍କ ଭୋଟ୍ ରହିବ । ସେହିଭଳି ୨ ବିଧାୟକଙ୍କୁ ନିଲମ୍ବନ ପରେ ବିଜେଡିର ୪୮ ଜଣ ସଦସ୍ୟ ଅଛନ୍ତି । ଗୋଟିଏ ଆସନ ପାଇଁ ୩୧ ବିଧାୟକଙ୍କ ଭୋଟ୍ ପରେ ବାକି ୧୭ଜଣଙ୍କ ଭୋଟ୍ ଦଳ ପାଖରେ ରହିବ ।
ଅନୁରୂପ ଭାବେ କଂଗ୍ରେସର ୧୪ ବିଧାୟକ ଥିବା ବେଳେ ସହଯୋଗୀ ସିପିଏମର ଜଣେ ବିଧାୟକଙ୍କୁ ମିଶାଇ ମୋଟ ୧୫ଜଣ ସଦସ୍ୟଙ୍କ ସମର୍ଥନ ରହିଛି । ଯଦିଓ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ ତଥାପି ଦଳ ଏକାକୀ ଲଢିବ ବୋଲି କହିଛନ୍ତି ପିସିସି ସଭାପତି ।
ଓଡିଶା ରାଜନୀତିରେ ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର ନୂଆ ନୁହେଁ । ୨୦୧୦ ମସିହାରେ ପ୍ୟାରୀମୋହନ ମହାପାତ୍ର ଏବଂ ବୈଷ୍ଣବ ପରିଡା ବିଜେଡିରୁ ରାଜ୍ୟସଭା ଯିବା ବେଳେ ଘୋଡା ବେପାର ହୋଇଥିଲା । ସେହିପରି ୨୦୧୪ ମସିହାରେ ମଧ୍ୟ ରଞ୍ଜୀବ ବିଶ୍ୱାଳ ରାଜ୍ୟସଭା ଯିବା ବେଳେ ମଧ୍ୟ ଘୋଡା ବେପାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।
କୁହାଯାଉଛି ବିଜେଡି ଅନ୍ତଃକନ୍ଦଳର ଫାଇଦା ନେଇ ପାରନ୍ତି ଚତୁର୍ଥ ପ୍ରାର୍ଥୀ । ଚତୁର୍ଥ ଆସନ ଦଖଲ ପାଇଁ ଶାସକ ବିଜେପି ବି ଆପଣାଇ ପାରେ ବଡ଼ ରଣନୀତି । ଏହା ସହ ବାହାରୁ ବି କିଛି ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ସେମାନେ ବି ଘୋଡ଼ାବେପାର ଷ୍ଟ୍ରାଟେଜି ଆପଣାଇ ପାରନ୍ତି ।
Horror Over Property Row: ଜମି ବିବାଦ ପାଇଁ ଦାନବ ସାଜିଲା ସାନ ଭାଇ, ଲୋମଟାଙ୍କୁରା ହତ୍ୟାର ଦୃଶ୍ୟ ବଖାଣିଲା ବର୍ତ୍ତି ଯାଇଥିବା କୁନି ଝିଅ

No More Ambiguity: ୧୦ ଲକ୍ଷ ନା ୩୦ ଲକ୍ଷ? ମାନୁଆଲ୍ ସ୍କାଭେଞ୍ଜିଂ ମୃତ୍ୟୁରେ କ୍ଷତିପୂରଣ ସ୍ପଷ୍ଟ କଲେ ସୁପ୍ରିମକୋର୍ଟ

A Journey of Struggle to the Padma Award: ପଦ୍ମ ପୁରସ୍କାର ଯାଏଁ ସଂଘର୍ଷର ଯାତ୍ରା, କଥା କହିଛି ଅରଟ ଓ ଜମି ବିକିଛନ୍ତି ସାଧକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)