Advertisment

ଓଡ଼ିଶାରେ ନାହିଁ ‘କରୋନା’ ଭୟ

ଭୁବନେଶ୍ୱର : ଓଡ଼ିଶାରୁ ଦୂର ହୋଇଛି ‘କରୋନା’ ସନ୍ଦେହ। ଚୀନରୁ ଫେରିଥିବା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କର ପୁଣେ ଭାଇରୋଲୋଜି ଲ୍ୟାବ୍‌ରୁ ଆସିଥିବା ଯାଞ୍ଚ ରିପୋର୍ଟ ନେଗେଟିଭ୍‌ ଥିବା ନିଜେ ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ଓଡ଼ିଶାରୁ ୬ ସନ୍ଦିଗ୍ଧଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୫ଟି ନେଗେଟିଭ୍‌ ଆସିଛି। ତେଣେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ସ୍ୱତନ୍ତ୍ର ବେଡ୍‌ ଓ ମୁଖ୍ୟ ହସ୍ପିଟାଲ୍‌ରେ ୩୦ […]

author-image
Pradesh Pratyush
ଓଡ଼ିଶାରେ ନାହିଁ ‘କରୋନା’ ଭୟ

karona

ଭୁବନେଶ୍ୱର : ଓଡ଼ିଶାରୁ ଦୂର ହୋଇଛି ‘କରୋନା’ ସନ୍ଦେହ। ଚୀନରୁ ଫେରିଥିବା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କର ପୁଣେ ଭାଇରୋଲୋଜି ଲ୍ୟାବ୍‌ରୁ ଆସିଥିବା ଯାଞ୍ଚ ରିପୋର୍ଟ ନେଗେଟିଭ୍‌ ଥିବା ନିଜେ ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ଓଡ଼ିଶାରୁ ୬ ସନ୍ଦିଗ୍ଧଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୫ଟି ନେଗେଟିଭ୍‌ ଆସିଛି। ତେଣେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ସ୍ୱତନ୍ତ୍ର ବେଡ୍‌ ଓ ମୁଖ୍ୟ ହସ୍ପିଟାଲ୍‌ରେ ୩୦ ଶଯ୍ୟାର ବ୍ୟବସ୍ଥା ହୋଇଛି। କଟକ ଏସ୍‌ସିବିରେ ୮୪ରୁ ୧୫୦କୁ ବଢିଛି ଶଯ୍ୟା ସଂଖ୍ୟା। ସେପଟେ ଅଗକୁ ପରୀକ୍ଷା ଋତୁ ଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ଗଣଶିକ୍ଷା ବିଭାଗ। ସ୍କୁଲରେ କୌଣସି ପିଲାଙ୍କଠାରେ ଥଣ୍ଡା କି ଜ୍ୱର ଲକ୍ଷଣ ଦେଖା ଦେଲେ ଶିକ୍ଷକମାନେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇବାକୁ ଜାରି ହୋଇଛି ନିର୍ଦ୍ଦେଶନାମା।

Advertisment

ବିଶ୍ୱବ୍ୟାପୀ ‘କରୋନା’ ଭାଇରସ୍‌କୁ ନେଇ ଆତଙ୍କ ଖେଳିଥିବା ବେଳେ ଏହାର ପ୍ରତିଷେଧକ ସ୍ୱରୂପ ୩୦ ଟଙ୍କାରେ ହୋମିଓପ୍ୟାଥିକ ମେଡିସିନ୍ ମିଳୁଥିବା ଦାବି କରିଛନ୍ତି ଡାକ୍ତର। ଏମିତିକି ବାଲେଶ୍ୱର ଷ୍ଟେସନ ଛକରେ ଏକ ହୋମିଓପାଥି ମେଡିସିନ୍ ଷ୍ଟୋରରେ ‘ଆର୍ସେନିକ ଆଲବମ୍‌’ ନାମକ ଔଷଧକୁ କିଣିବାକୁ ଲାଗିଛି ଲୋକଙ୍କ ଭିଡ଼। ଭୁବନେଶ୍ୱର ଅଭିନ୍ନ ଚନ୍ଦ୍ର ହୋମିଓପାଥି କଲେଜରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଚିତ୍ର।

‘କରୋନା’କୁ ନେଇ ବିଶ୍ୱ ଆତଙ୍କିତ ହୋଇପଡ଼ିଛି। ଏହି ଭାଇରସ୍‌ ୨୫ ଦେଶକୁ ମାଡ଼ିଲାଣି। ୪୩୦ ମୁଣ୍ଡ ନେଲାଣି। କେବଳ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଲାଣି। ୨୦ ହଜାର ୫ଶହ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏପଟେ ଭାରତରେ ମଧ୍ୟ ବଢୁଛି ଚିନ୍ତା। କେରଳରେ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାକାର ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ୨ ହଜାର ୨୩୯ଜଣଙ୍କୁ ନିରୀକ୍ଷଣରେ ରଖାଯିବା ସହ ୮୪ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଚୀନ ଫେରନ୍ତା ଯେଉଁ ଯାତ୍ରୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ ନକରିବେ, ସେମାନଙ୍କୁ ଅପରାଧୀ ଭାବେ ଗଣା ଯିବ ବୋଲି କହିଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ। ସେପଟେ ଚୀନର ଉହାନ ପ୍ରଦେଶରୁ ଫେରି ମାନେସର୍ କ୍ୟାମ୍ପରେ ଅବଜର୍ଭେସନରେ ରହିଥିବା ୫ ଜଣଙ୍କୁ ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment
Advertisment
Advertisment