Advertisment

ପୁରୀ ଶ୍ରୀନଅରରେ ପବିତ୍ର ସୁନିଆ ଉତ୍ସବ ପାଳିତ

ପୁରୀ: ପୁରୀ ଶ୍ରୀନଅରରେ ପାଳିତ ହୋଇଛି ପବିତ୍ର ସୁନିଆ ଉତ୍ସବ। ଉତ୍କଳୀୟ ଗଜପତି ପରମ୍ପରାରେ ଗତକାଲିଠୁ ନୂତନ ବର୍ଷ ଆରମ୍ଭ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ୬୩ ଅଙ୍କ ପ୍ରଚଳନ ହୋଇଥିବାବେଳେ ୧୪୨୮ସାଲ ପ୍ରବେଶ କରିଛି। ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ଦେବାର୍ଚ୍ଚନ, ମଙ୍ଗଳାର୍ପଣ ଆଦି କରାଯିବା ସହ ସୁନିଆର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ  ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା। ୧୬ ଶାସନି ବ୍ରାହ୍ମଣମାନେ ଗଜପତିଙ୍କୁ […]

ଅଦ୍ୟତନ ହୋଇଛି
ପୁରୀ ଶ୍ରୀନଅରରେ ପବିତ୍ର ସୁନିଆ ଉତ୍ସବ ପାଳିତ

sunia parba

Advertisment

ପୁରୀ: ପୁରୀ ଶ୍ରୀନଅରରେ ପାଳିତ ହୋଇଛି ପବିତ୍ର ସୁନିଆ ଉତ୍ସବ। ଉତ୍କଳୀୟ ଗଜପତି ପରମ୍ପରାରେ ଗତକାଲିଠୁ ନୂତନ ବର୍ଷ ଆରମ୍ଭ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ୬୩ ଅଙ୍କ ପ୍ରଚଳନ ହୋଇଥିବାବେଳେ ୧୪୨୮ସାଲ ପ୍ରବେଶ କରିଛି।

Advertisment

ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ଦେବାର୍ଚ୍ଚନ, ମଙ୍ଗଳାର୍ପଣ ଆଦି କରାଯିବା ସହ ସୁନିଆର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ  ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା। ୧୬ ଶାସନି ବ୍ରାହ୍ମଣମାନେ ଗଜପତିଙ୍କୁ ଭେଟିଦେବା ପରମ୍ପରା ପାଳିତ ହୋଇଥିଲା।

ଏହି ଅବସରରେ ଶ୍ରୀନଅର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା। ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଥିଲେ।

Advertisment

ଏହି ଅବସରରେ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବିନ୍ଦ୍ର ନାରାୟଣ ମିଶ୍ର,ଗଜପତିଙ୍କ ସଚିବ ଅମିୟ କୁମାର ମହାନ୍ତି ଏବଂ ବରିଷ୍ଠ  ଛାମୁକରଣ ଶ୍ୟାମଚରଣ ଚାଉପଟ୍ଟନାୟକଙ୍କୁ ଖଣ୍ଡୁଆ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ