/odishatv-khabar/media/post_attachments/uploadimage/library/16_9/16_9_0/cyclone-4_1626257125.jpg)
coastal areas
ଭୁବନେଶ୍ୱର: ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। କେହି ହେଡକ୍ୱାର୍ଟର ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ଜଳସମ୍ପଦ ବିଭାଗ। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାକୁ ସଜାଗ ରହିବା ପାଇଁ କୁହାଯାଇଛି। ସ୍ୱତନ୍ତ୍ର ଟିମ ଗଠନ ହୋଇଛି ଏବଂ ଜିଲ୍ଲା ପ୍ରଶାସନ ସହ ମିଶି କାମ କରାଯିବ ବୋଲି ସେ କହିଛନ୍ତି। ଏହାସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି, ସମସ୍ତେ ଯୋଗାଯୋଗରେ ଅଛନ୍ତି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଅନେକ ବାତ୍ୟାର ଅନୁଭୂତି ରହିଛି। ଏହି ଅନୁଭୂତିକୁ ପାଥେୟ କରି ବାତ୍ୟା ୟାସର ମୁକାବିଲା କରାଯିବ ବୋଲି ବିଭାଗ କହିଛି।
ସେପଟେ,ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି । ବାଲେଶ୍ୱରରେ ବାତ୍ୟା ମୁକାବିଲା ସମୀକ୍ଷା ପରେ SRCଙ୍କ ପରାମର୍ଶ । ବାତ୍ୟା ବେଳେ ବୟସ୍କ ଲୋକେ ଘରୁ ବାହାରନ୍ତୁ ନାହିଁ । ସେହିପରି ପବନ ବହିବା ବେଳେ ଯୁବପୀଢ଼ି ବାଇକରେ ଏଣେ ତେଣେ ନବୁଲି ଘରେ ରହୁନ୍ତୁ । କେବଳ ଏତିକି ନୁହେଁ ଆମ୍ବ, ନଡ଼ିଆ ଗୋଟାଇବା ପାଇଁ ନବାହାରିବାକୁ କୁହାଯାଇଛି । ଆଶ୍ରୟ ସ୍ଥଳକୁ ଯାଇନଥିଲେ ପିଇବା ପାଣି ଆଗୁଆ ମହଜୁଦ ରଖିବା ପାଇଁ କହିଛନ୍ତି SRC ।
ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ
ସେପଟେ ବାତ୍ୟା ୟାସ ପାଇଁ ଉପକୂଳବର୍ତୀ ଜିଲ୍ଲା ମାନଙ୍କରେ ହାଇଆଲାର୍ଟ ଥିବାବେଳେ ମୁକାବିଲା ପାଇଁ ନୀଳଗିରି ପ୍ରସାଶନ ବି ବେଶ ସଜାଗ। ଗତକାଲି ଉପ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏବେ ସୁଦ୍ଧା ତହସିଲ କାର୍ଯ୍ୟାଳୟରେ ପଲିଥିନ ବୋଝେଇ ଏକ ଟ୍ରକ ପହଂଚି ସାରିଛି । କଚା ଘର ଲୋକଙ୍କୁ ସହାୟତା ପାଇଁ ପଲିଥିନ ମହଜୁଦ ରଖାଯାଉଛି। ଏହାସହ ବ୍ଲକକୁ ଚୂଡ଼ା ଗୁଡ଼ ଆସିବାର କାର୍ଯ୍ୟକ୍ରମ ବି ଅଛି ।
ତେବେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି। କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କଲା ପାଣିପାଗ ବିଭାଗ। ୨୬ ସନ୍ଧ୍ୟାରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି କହିଲେ ଆଇଏମଡ଼ି ଡିଜି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ। ଏହାସହ ବେଳେ ବେଳେ ଝଟକା ପବନର ବେଗ ୧୮୫ କିମି ଛୁଇଁବ ବୋଲି ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)