holi
କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡ଼ା ରେଙ୍ଘାଳରେ ଫଗୁ ଖେଳ ପାଲଟିଛି ଭାଇଚାରାର ପ୍ରତୀକ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଧୁମଧାମରେ ମନାଉଛନ୍ତି ହୋଲି। ରେଙ୍ଘାଳରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଲୋକେ ବେଶ୍ ଧୂମଧାମରେ ରଙ୍ଗ ଖେଳିବା ସହ ପରସ୍ପରକୁ ଶୁଭକାମନା ଦେଉଛନ୍ତି।
ପରମ୍ପରା ଅନୁଯାୟୀ ଫଗୁ ଦଶମୀଠାରୁ ୫ଦିନ ବ୍ୟାପୀ ବଡ଼ ମାଛପୁର ଗାଁର ଗୋପୀନାଥଦେବ ଓ ରେଙ୍ଘାଳ ଗାଁର ମହାପ୍ରଭୁ ଚନ୍ଦ୍ରଶେଖର ଦେବ ଗାଁ ଗାଁ ପରିକ୍ରମା କରିବା ପରେ ଦୋଳ ପୂର୍ଣ୍ଣିମା ଦିନ ମେଳଣ ପଡ଼ିଆକୁ ବିଜେ କରିଥାନ୍ତି। ଉଭୟ ହିନ୍ଦୁ ମୁସଲମାନ ଭାଇଭଉଣୀ ଠାକୁରଙ୍କୁ ଶୋଭାଯାତ୍ରାରେ ନେବା ସହ ପରସ୍ପର ଫଗୁ ବୋଳି ରଙ୍ଗ ପର୍ବ ହୋଲି ଖେଳରେ ମସଗୁଲ ହୋଇଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/holi-11_1626758562.jpg)