Advertisment

ଦେହରେ କିରାସିନି ଢାଳି ନିଜକୁ ଜାଳିଦେଲେ HIV ଆକ୍ରାନ୍ତ !

ରାଇରଙ୍ଗପୁର( ରାଜେଶ ଶର୍ମା) : ଦେହରେ କିରାସିନି ଢାଳି ନିଜକୁ ଜାଳିଦେଲେ HIV ଆକ୍ରାନ୍ତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ । ସ୍ଥାନୀୟ ସୁନାପୋଷି ଗାଁର ଯୁବକ ଗତ ତିନି ବର୍ଷ ଧରି HIVରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ପରିବାରରେ କେହି ନଥିବାରୁ ଗାଁ ମୁଣ୍ଡରେ ଏକା ରହୁଥିଲେ । ରୋଗ ପୀଡ଼ା ସହିନପାରି ଆତ୍ମହତ୍ୟା କରିଥିବା ଗାଁ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। […]

author-image
Pradesh Pratyush
ଦେହରେ କିରାସିନି ଢାଳି ନିଜକୁ ଜାଳିଦେଲେ HIV ଆକ୍ରାନ୍ତ !

suicide

ରାଇରଙ୍ଗପୁର( ରାଜେଶ ଶର୍ମା) : ଦେହରେ କିରାସିନି ଢାଳି ନିଜକୁ ଜାଳିଦେଲେ HIV ଆକ୍ରାନ୍ତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ । ସ୍ଥାନୀୟ ସୁନାପୋଷି ଗାଁର ଯୁବକ ଗତ ତିନି ବର୍ଷ ଧରି HIVରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ପରିବାରରେ କେହି ନଥିବାରୁ ଗାଁ ମୁଣ୍ଡରେ ଏକା ରହୁଥିଲେ । ରୋଗ ପୀଡ଼ା ସହିନପାରି ଆତ୍ମହତ୍ୟା କରିଥିବା ଗାଁ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।

Advertisment

ନିଆଁ ଲାଗିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହେଲେ ଆତ୍ମହତ୍ୟା ନାଁ ଏହି ଘଟଣା ପଛରେ ଆଉ କିଛି କାରଣ ରହିଛି ସେ ନେଇ କୌଣସି ସଠିକ୍ ସୂଚନା ମିଳିପାରିନି ।

Advertisment
Advertisment