/odishatv-khabar/media/post_attachments/uploadimage/library/16_9/16_9_0/aruna-shu-1_1625084958.jpg)
aruna-shu
ଭୁବନେଶ୍ୱର: ବିଧାନସଭା ସାମ୍ନାରେ ନୟାଗଡ଼ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ ଘଟଣା। ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଲେ ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି। ଅଶୋକ ସାହୁ ଏବଂ ସୌଦାମିନି ସାହୁ ମନ୍ତ୍ରୀଙ୍କ ନାଁ ନେଇ ଆମ ଝିଅ ପରୀକୁ ସେମାନେ ମାରି ତା ଆଖି ଓ କିଡନୀ ତାଡ଼ି ନେଲେ ବୋଲି କହିଛନ୍ତି।
Advertisment
ସେ ଆହୁରି କହିଛନ୍ତି, ଆମେ ନ୍ୟାୟ ମାଗିବାରୁ ଆମକୁ ଗାଁରୁ ବିଦା କରୁଛନ୍ତି। ଅରୁଣ ସାହୁଙ୍କ ପାଖ ଲୋକମାନେ ଆମ ଝିଅକୁ ମାରି ଦେଇଛନ୍ତି। ଏହି ଘଟଣାରେ ଅରୁଣ ସାହୁଙ୍କ ହାତ ରହିଛି , ମନ୍ତ୍ରୀ କିଛି କରୁନାହାନ୍ତି, ଅପରାଧୀଙ୍କୁ ଓଲଟା ସୁରକ୍ଷା ଦେଉଛନ୍ତି। ସବୁଆଡୁ ବୁଲି ନିରାଶ ହୋଇଛୁ, କେହି ନ୍ୟାୟ ଦେଉନାହାନ୍ତି। ଝିଅକୁ ମାରି ଫିଙ୍ଗି ଦେଲେ, ଆମେ କାହିଁକି ଆଉ ବଞ୍ଚିବୁ ବୋଲି ଦମ୍ପତି କହିଛନ୍ତି।
ଆହୁରି ପଢନ୍ତୁ- ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)