Advertisment

ଏମାର ମଠର ସମ୍ପତ୍ତିକୁ ହଡ଼ପ୍‌ କରିବାକୁ ହେଉନାହିଁ ତ ଷଡ଼ଯନ୍ତ୍ର?

ମାମଲାକୁ ୧୦ ବର୍ଷ ବିତିଥିଲେ ବି ଏଯାଏଁ କାହିଁକି ଚାର୍ଜସିଟ୍ ଦାଖଲ କରାଯାଇନାହିଁ ? ଘଟଣା ସିଂହଦ୍ୱାର ଥାନା ଅଞ୍ଚଳର ହୋଇଥିବା ବେଳେ ତଦନ୍ତ ଦାୟିତ୍ୱ ସମୁଦ୍ରକୂଳ ଥାନାକୁ କାହିଁକି ଦିଆଗଲା ?

author-image
Sarbeswar
ଏମାର ମଠର ସମ୍ପତ୍ତିକୁ ହଡ଼ପ୍‌ କରିବାକୁ ହେଉନାହିଁ ତ ଷଡ଼ଯନ୍ତ୍ର?

emar-matha

  • ଥମୁନି ପୁରୀ ଏମଆର ମଠ ରୁପା ଇଟା ପ୍ରସଙ୍ଗ
  • ବେଆଇନ ଭାବେ ମଠ ସଂପତ୍ତି ପ୍ରଶାସନ ହାତେଇଥିବା ମହନ୍ତଙ୍କ ଅଭିଯୋଗ
  • ୨୦୧୧ରେ ଜବତ ୫୨୨ ରୁପା ଇଟା ମାମଲାରେ ହୋଇନି ଚାର୍ଜସିଟ୍
  • କାହିଁକି ଚାର୍ଜସିଟ ହୋଇନି ପ୍ରଶ୍ନ ଉଠାଇଲା ଜଗନ୍ନାଥ ସେନା
Advertisment

ପୁରୀ(ମଧୁସୂଦନ ମିଶ୍ର): ରୁପା ଇଟାକୁ ନେଇ ପୁଣି ଚର୍ଚ୍ଚାରେ ପୁରୀର ଏମାର ମଠ। ୨୦୧୧ରେ ୫୨୨ ଓ ଏବେ ବାହାରିଲା ୪୫ ଖଣ୍ଡ ଇଟା। ନୂଆ ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷଙ୍କ ଅନୁରୋଧ କ୍ରମେ ଏହି ରୁପା ଇଟା ଜିଲ୍ଲା ଟ୍ରେଜେରୀକୁ ସ୍ଥାନାନ୍ତର କରିଛି ପ୍ରଶାସନ। ମଠ ସଂପତ୍ତି ଉପରେ ବିନା ଅନୁମତିରେ ପ୍ରଶାସନର ହସ୍ତକ୍ଷେପକୁ ମଠ ମହନ୍ତ ବିରୋଧ କରିଥିବା ବେଳେ ପୂର୍ବରୁ ଜବତ ହୋଇ ଜିଲ୍ଲା ଅସ୍ତ୍ରାଗାରରେ ଥିବା ୫୨୨ ଖଣ୍ଡ ରୁପା ଇଟାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ୧୦ ବର୍ଷ ପରେ ବି କାହିଁକି ଚାର୍ଜସିଟ୍ ଦାଖଲ କରାଯାଉନାହିଁ ବୋଲି ପଚାରିବା ସହ ସଂପତ୍ତି ହଡ଼ପ କରିବାକୁ ଯୋଜନା ନୁହେଁ ତ ବୋଲି ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ।

ଏବେ ପୁଣି ଚର୍ଚ୍ଚାରେ ପୁରୀ ଏମାର ମଠ। ୧୦ ବର୍ଷ ପରେ ପୁଣି ରୁପା ଇଟା ବାହାରିବାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ୨୦୧୧ରେ ୫୨୨ ଖଣ୍ଡ ଆଉ ଏବେ ୪୫ ଖଣ୍ଡ ରୁପା ଇଟାକୁ ନେଇ ଲାଇମ୍ ଲାଇଟରେ ପୁରୀର ଏମାର ମଠ। ସୁଡ଼ଙ୍ଗ ଭଳି କୋଠରୀ ଓ ତା ଭିତରେ ମାଟି ଖୋଳି ପୋତା ଯାଇଥିଲା ରୁପା ଇଟା। ଖଣ୍ଡେ କି ଦୁଇ ଖଣ୍ଡ ନୁହେଁ ବାହାରିଲା ୪୫ ଖଣ୍ଡ। ଏମାର ମଠର ନୂଆ ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷଙ୍କ ଅନୁରୋଧ କ୍ରମେ ମଠରେ ଥିବା ଏହି ରୁପା ଇଟାକୁ ଜିଲ୍ଲା ଟ୍ରେଜରୀକୁ ସ୍ଥାନାନ୍ତର କରାଯାଇଛି। ତେବେ ୨୦୧୧ରେ ମଠରୁ ବାହାରି ଥିବା ୫୨୨ ଖଣ୍ଡ ରୁପା ଇଟାକୁ ନେଇ ରୁଜୁ ମାମଲାର ଫଇସଲା ହୋଇନଥିବାରୁ ତାହା ଏବେ ଜିଲ୍ଲା ଅସ୍ତ୍ରାଗାରରେ ପଡି ରହିଛି।

Advertisment

୨୦୨୦ରେ ଏମାର ମଠ ପାଇଁ ଗଠନ ହୋଇଥିଲା ନୂତନ ଟ୍ରଷ୍ଟବୋର୍ଡ। ତେବେ ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ ମଠର ମହନ୍ତ। ରାଜଗୋପାଳ ରାମାନୁଜ ଦାସ ମହନ୍ତଙ୍କ ଅଭିଯୋଗ, କୋର୍ଟଙ୍କ ସ୍ଥଗିତାଦେଶ ଥିବାବେଳେ ପ୍ରଶାସନ ବିନା ଅନୁମତିରେ ମଠ ସଂପତ୍ତି ନେଇଛି। ଅନ୍ୟପଟେ ୨୦୧୧ରେ ଜବତ ହୋଇଥିବା ୫୨୨ ଖଣ୍ଡ ରୁପା ଇଟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ। ମାମଲାକୁ ୧୦ ବର୍ଷ ବିତିଥିଲେ ବି ଏଯାଏଁ କାହିଁକି ଚାର୍ଜସିଟ୍ ଦାଖଲ କରାଯାଇନାହିଁ ? ଘଟଣା ସିଂହଦ୍ୱାର ଥାନା ଅଞ୍ଚଳର ହୋଇଥିବା ବେଳେ ତଦନ୍ତ ଦାୟିତ୍ୱ ସମୁଦ୍ରକୂଳ ଥାନାକୁ କାହିଁକି ଦିଆଗଲା ? ମହନ୍ତ ଦାୟିତ୍ୱ ହସ୍ତାନ୍ତର କରିନଥିବା ବେଳେ ତାଙ୍କ ବିନା ଅନୁମତିରେ କେମିତି ମଠରୁ ରୁପା ଇଟା ନିଆଗଲା ? ମଠର ସଂପତ୍ତି ହଡ଼ପ ପାଇଁ ଏହା ଷଡ଼ଯନ୍ତ୍ର ନୁହେଁ ତ ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ।

ବେଆଇନ୍‌ ଭାବେ ରୂପା ଇଟା ରଖିବାକୁ ନେଇ ମହନ୍ତ ରାଜଗୋପାଳ ରାମାନୁଜଙ୍କ ନାଁରେ ୨୦୧୧ରେ ମମଲା ହୋଇଥିଲା। ତେବେ ଏଯାଏଁ ଚାର୍ଜସିଟ ଦାଖଲ ହୋଇନଥିବାରୁ ମାମଲାର ଫଇସଲା ହୋଇପାରୁନି। ଯଦି କୋର୍ଟ ମହନ୍ତଙ୍କ ସପକ୍ଷରେ ରାୟ ଦେବେ ତେବେ ଇଟା ମଠକୁ ଫେରିବ ନଚେତ୍ ସରକାରୀ ଟ୍ରେଜେରୀକୁ ଯିବ। ମାତ୍ର ଚାର୍ଜସିଟ୍ ହୋଇନଥିବାରୁ ରୂପା ଇଟା ଦଶ ବର୍ଷ ହେଲା ଜିଲ୍ଲା ଅସ୍ତ୍ରାଗାରରେ ପଡି ରହିଛି।

Advertisment
Advertisment