Advertisment

ସାବାସ ହିରୋ କାଶ୍ୟପ୍ : ଅନୁଭୂତି ବାଣ୍ଟିଲେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର : ଅପରେସନ୍ ବାଣୀବିହାରର ରିଅଲ୍ ହିରୋ କାଶ୍ୟପ ପଟ୍ଟନାୟକ। ଗତକାଲି ଯେତେବେଳେ ଉଦ୍ଧାରକାରୀ ଦଳର କୌଣସି ବି କୌଶଳ, କୌଣସି ବି ଷ୍ଟ୍ରାଟେଜି କାମ ଦେଇ ନଥିଲା, ସେତେବେଳେ ଜୀବନକୁ ବାଜି ଲଗାଇ ଦେଇଥିଲେ ଲିଡିଂ ଫାୟାର୍ ମ୍ୟାନ୍ କାଶ୍ୟପ। କର୍ତ୍ତବ୍ୟ ସମ୍ପାଦନା ସହ ନିଜ ସାହସ ଓ ଉପସ୍ଥିତ ବୁଦ୍ଧି ଖଟାଇ ପୂରା ଅପରେଶନକୁ ନିର୍ଣ୍ଣାୟକ ମୋଡ଼ ନେଇଥିଲେ ସେ । ଏବେ ତାଙ୍କ ସହ ରେସକ୍ୟୁ ଅପରେସନରେ ସାମିଲ ହୋଇଥିବା ପୂରା ଅଗ୍ନିଶମ […]

author-image
Pradesh Pratyush
ସାବାସ ହିରୋ କାଶ୍ୟପ୍ : ଅନୁଭୂତି ବାଣ୍ଟିଲେ ଅଗ୍ନିଶମ କର୍ମଚାରୀ

operation

ଭୁବନେଶ୍ୱର : ଅପରେସନ୍ ବାଣୀବିହାରର ରିଅଲ୍ ହିରୋ କାଶ୍ୟପ ପଟ୍ଟନାୟକ। ଗତକାଲି ଯେତେବେଳେ ଉଦ୍ଧାରକାରୀ ଦଳର କୌଣସି ବି କୌଶଳ, କୌଣସି ବି ଷ୍ଟ୍ରାଟେଜି କାମ ଦେଇ ନଥିଲା, ସେତେବେଳେ ଜୀବନକୁ ବାଜି ଲଗାଇ ଦେଇଥିଲେ ଲିଡିଂ ଫାୟାର୍ ମ୍ୟାନ୍ କାଶ୍ୟପ। କର୍ତ୍ତବ୍ୟ ସମ୍ପାଦନା ସହ ନିଜ ସାହସ ଓ ଉପସ୍ଥିତ ବୁଦ୍ଧି ଖଟାଇ ପୂରା ଅପରେଶନକୁ ନିର୍ଣ୍ଣାୟକ ମୋଡ଼ ନେଇଥିଲେ ସେ । ଏବେ ତାଙ୍କ ସହ ରେସକ୍ୟୁ ଅପରେସନରେ ସାମିଲ ହୋଇଥିବା ପୂରା ଅଗ୍ନିଶମ ଟିମ୍‌କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Advertisment

publive-imageମାଟିଠୁ ଦେଢ଼ଶହ ଫୁଟ୍ ଉପରେ ଫିଲ୍ମ ଷ୍ଟାଇଲରେ ଆରମ୍ଭ ହୋଇଥିଲା ରେସକ୍ୟୁ। ଯାହାକୁ ସଫଳତାର ସହ ପରିସମାପ୍ତ କରିଥିଲେ କାଶ୍ୟପ। ଗତକାଲି ବାଣୀବିହାରର ପରିଜା ଲାଇବ୍ରେରୀ ଛାତ ଉପରୁ ଉନ୍ମତ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ପୂରା ଫାୟାର୍ ଟିମ୍ ନାକେଦମ ହୋଇ ସାରିଥାଏ । ସେତେବେଳେ ନିଜ ଉପସ୍ଥିତ ବୁଦ୍ଧି, ଅଦମ୍ୟ ସାହସ ଓ ପୂର୍ବ ପ୍ରଶିକ୍ଷଣକୁ କାମରେ ଲଗାଇଥିଲେ କାଶ୍ୟପ।  ସେହିସମୟରେ ବ୍ରୋଣ୍ଟୋ ସ୍କାଏ ଲିଫ୍ଟରେ ୭ଥର  ଉପରକୁ ଉଠି, ଖାଲି ହାତରେ ଫେରି ଆସିଥାନ୍ତି ରେସ୍‌କ୍ୟୁ ଟିମ୍ । କୌଣସି ପ୍ରକାରେ ଧରାଛୁଆଁ ଦେଉନଥାଏ ଉନ୍ମତ୍ତ ବ୍ୟକ୍ତି।

ଖାଲି ସମୟ ଗଡ଼ୁନଥାଏ, ଅଗ୍ନିଶମବାହିନୀ ପାଇଁ ଚ୍ୟାଲେଞ୍ଜ ବି ବଢ଼ୁଥାଏ । ଠିକ୍ ଏତିକି ବେଳେ ଚାହୁଁଚାହୁଁ, ସାହସୀ ଅଗ୍ନିଶମ ଯବାନ କାଶ୍ୟପ ସ୍କାଏ ଲିଫ୍ଟରୁ ପରିଜା ଲାଇବ୍ରେରୀ ଛାତକୁ ଡେଇଁ ପଡ଼ିଲେ। ଆଉ ଆଖି ପିଛୁଳାକେ ବ୍ୟକ୍ତିଙ୍କୁ କାବୁ କରିନେଲେ।  କେବଳ କାଶ୍ୟପ ନୁହନ୍ତି, ଗତକାଲି ଗୋଟିଏ ଜୀବନ ବଞ୍ଚାଇବାକୁ, ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ମୁଣ୍ଡ ବୁଲାଇଦେଲା ଭଳି ଉଚ୍ଚତାକୁ ଖାତିର ନକରି ନିର୍ଭୀକ ଭାବେ କର୍ତ୍ତବ୍ୟ ସଂପାଦନ କରିଥିଲେ ଆହୁରୀ ଅନେକ ଅଗ୍ନିଶମ କର୍ମଚାରୀ।

Advertisment

ସୂଚନା ଅନୁଯାୟୀ, ଗତକାଲି ସୁବୋଧ ବାରିକ୍‌ ନାମକ ଜଣେ ବ୍ୟକ୍ତି ପରିଜା ଲାଇବ୍ରେରୀ ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିଲେ। ଚାକିରି ଦେଲେ ତଳକୁ ଓହ୍ଲାଇବି ବୋଲି ଧମକ ଦେଉଥିଲେ। ପରେ ତାଙ୍କୁ କୌଶଳକ୍ରମେ ଉଦ୍ଧାର କରାଯାଇଥିଲା।

Advertisment
Advertisment