Advertisment

ବର୍ଷାରେ ବେହାଲ ଭଦ୍ରକ: ଘର ଭୁଶୁଡ଼ିଲା, ସରକାରୀ ଅଫିସ‌ରେ ପାଣି ପଶିଲା

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ ଜିଲ୍ଲା। ଧାମନଗର ବ୍ଲକ ବେଶି ପ୍ରଭାବିତ ହୋଇଛି। ଏହି ବ୍ଲକ୍‌ ଓ ଏନ୍ଏସି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣି ଜମି ରହିଥିବାରୁ ଏନ୍ଏସି କାର୍ଯ୍ୟାଳୟରେ ପାଣି ପଶି ଯାଇ ବହୁ କାଗଜପତ୍ର ନଷ୍ଟ ହୋଇଛି। ବିଇଓଙ୍କ କାର୍ଯ୍ୟାଳୟ ମଧ୍ୟ ଜଳାର୍ଣ୍ଣବ ହୋଇଛି। ଧାମନଗର-ବିରୁହାଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ୪ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଛି। ସେହିପରି ବ୍ଲକ କାର୍ଯ୍ୟାଳୟରୁ […]

ଅଦ୍ୟତନ ହୋଇଛି
ବର୍ଷାରେ ବେହାଲ ଭଦ୍ରକ: ଘର ଭୁଶୁଡ଼ିଲା, ସରକାରୀ ଅଫିସ‌ରେ ପାଣି ପଶିଲା

bhadrak

Advertisment

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ ଜିଲ୍ଲା। ଧାମନଗର ବ୍ଲକ ବେଶି ପ୍ରଭାବିତ ହୋଇଛି। ଏହି ବ୍ଲକ୍‌ ଓ ଏନ୍ଏସି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

publive-image

ବର୍ଷା ପାଣି ଜମି ରହିଥିବାରୁ ଏନ୍ଏସି କାର୍ଯ୍ୟାଳୟରେ ପାଣି ପଶି ଯାଇ ବହୁ କାଗଜପତ୍ର ନଷ୍ଟ ହୋଇଛି। ବିଇଓଙ୍କ କାର୍ଯ୍ୟାଳୟ ମଧ୍ୟ ଜଳାର୍ଣ୍ଣବ ହୋଇଛି। ଧାମନଗର-ବିରୁହାଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ୪ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଛି।

publive-image

ସେହିପରି ବ୍ଲକ କାର୍ଯ୍ୟାଳୟରୁ ବିଜୁ ପଟ୍ଟନାୟକ ଛକ ରାସ୍ତାରେ ସାଗର ଭୂୟାଁ ପାର୍କ ପାଖରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଲୋକେ ବ୍ଲକ କାର୍ଯ୍ୟାଳୟ ଯାଇ ପାରୁନାହାନ୍ତି।

Advertisment

publive-image

ତଳିଆ ଅଂଚଳରେ ଲୋକଙ୍କ ଘରେ ପାଣି ପଶି ଯାଇଛି। ହେକ୍ଟର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଛି। ବେଶୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ହବିବ ନଗର। ଏନଏସି କାର୍ଯ୍ୟାଳୟ ସାମ୍ନାରେ ଥିବା ହବିବ୍ ନଗର ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇଛି। ବର୍ଷା ଯୋଗୁ ପାଣି ଜମି ରହି ୮ଟି ଘର ଭୁଶୁଡ଼ି ପଡ଼ିଛି। ପାଣି ଘେରରେ ଥିବା ଲୋକମାନଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ