/odishatv-khabar/media/post_attachments/uploadimage/library/16_9/16_9_0/rain_1622701254.jpg)
rain
ଭୁବନେଶ୍ୱର: ଖସୁଛି ପାରଦ। ଗତକାଲି ରାଜ୍ୟର ପ୍ରାୟ ସବୁ ସ୍ଥାନରେ ପାରଦ ୩୫ ଡିଗ୍ରୀ ତଳେ ଥିଲା। ଏହାରି ଭିତରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ୨୪ ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଦକ୍ଷିଣ-ଆଭ୍ୟନ୍ତରୀଣ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି କନ୍ଧମାଳ, ଗଞ୍ଜାମ, ଗଜପତି ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ତେବେ ଗତ କିଛି ଦିନ ହେଲା ଉପକୂଳ ଓଡ଼ିଶାରେ ଜାରି ରହିଛି ପ୍ରବଳ ଗୁଳୁଗୁଳି। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହୁଥିବାବେଳେ ପ୍ରଚୁର ଜଳୀୟବାଷ୍ପ ଯୋଗୁ ଏଭଳି ଗୁଳୁଗୁଳି ଅନୁଭୂତ ହେଉଛି। କିନ୍ତୁ ଗତକାଲି ଭୁବନେଶ୍ୱରରେ ବର୍ଷା ଓ କୋହଲା ପାଗ ଯୋଗୁ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟ୍ୱିଟ୍ ଅନୁସାରେ ଆଉ ଦିନ କେଇଟା ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତା ପରେ ଓଡ଼ିଶା ଆସିବ। ନିର୍ଦ୍ଦିଷ୍ଟ ଭାବେ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ, ତାହା ସ୍ପଷ୍ଟ ହୋଇନଥିଲେ ବି ଓଡ଼ିଶା ଆକାଶରେ ପ୍ରାକ୍ ମୌସୁମୀର ସଂକେତ ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)