Advertisment

ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର : ରାଜଧାନୀର ଶୀତୁଆ ରାତି। କାହା ପାଇଁ ନିଆଁ, କାହା ପାଇଁ ଚାହା, ତ ଆଉ କାହା ପାଇଁ ଖଣ୍ଡେ କମ୍ବଳକୁ ଖୋଲା ଆକାଶ ହିଁ ସାଥୀ ।  ଖାଲି ଭୁବନେଶ୍ୱର ରେଳ ଷ୍ଟେସନ୍ କି ତା ସମ୍ମୁଖ ରାସ୍ତା ନୁହେଁ, ସ୍ମାର୍ଟସିଟିର ବହୁ ସ୍ଥାନରେ ଫୁଟ୍‌ପାଥ୍ ଉପରେ ଚାଦର କି କମ୍ବଳ ତଳେ ଜାକିଜୁକି, ଥରିଥରି ରାତି କାଟୁଥିଲେ ବାସହରା। ରେଳ ଷ୍ଟେସନ୍, ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍ ଓ ଏମ୍ସ ବିଶ୍ରାମାଗାର। ରାତିସାରା ବୁଲିବୁଲି ସ୍ଥିତି […]

author-image
Pradesh Pratyush
ଶୀତରେ ଥରୁଛି ସାରା ଓଡ଼ିଶା

win

ଭୁବନେଶ୍ୱର : ରାଜଧାନୀର ଶୀତୁଆ ରାତି। କାହା ପାଇଁ ନିଆଁ, କାହା ପାଇଁ ଚାହା, ତ ଆଉ କାହା ପାଇଁ ଖଣ୍ଡେ କମ୍ବଳକୁ ଖୋଲା ଆକାଶ ହିଁ ସାଥୀ ।  ଖାଲି ଭୁବନେଶ୍ୱର ରେଳ ଷ୍ଟେସନ୍ କି ତା ସମ୍ମୁଖ ରାସ୍ତା ନୁହେଁ, ସ୍ମାର୍ଟସିଟିର ବହୁ ସ୍ଥାନରେ ଫୁଟ୍‌ପାଥ୍ ଉପରେ ଚାଦର କି କମ୍ବଳ ତଳେ ଜାକିଜୁକି, ଥରିଥରି ରାତି କାଟୁଥିଲେ ବାସହରା।

Advertisment

publive-imageରେଳ ଷ୍ଟେସନ୍, ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍ ଓ ଏମ୍ସ ବିଶ୍ରାମାଗାର। ରାତିସାରା ବୁଲିବୁଲି ସ୍ଥିତି ପରଖିଲା ବେଳେ ସାମ୍ନାକୁ ଆସିଥିଲା ଘୋର ଅବ୍ୟବସ୍ଥା। ବରମୁଣ୍ଡାରେ ଯାତ୍ରୀମାନେ ଗୋରୁ ଗାଈଙ୍କ ଗହଣରେ ଦେହକୁ ପାରି ଦେଇଥିବା ବେଳେ, ସେଠାରେ ଥିବା ଆଶ୍ରୟସ୍ଥଳୀକୁ ଭିତରୁ ତାଲା ପକାଇଦେଇଥିଲେ କର୍ମଚାରୀ। ଆଉ ପଳାଶପଲ୍ଲୀ ଆଶ୍ରୟସ୍ଥଳୀରେ ତ ରାତିଯାକ ବାହାରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା । ଏଭଳି ସ୍ଥିତିରେ ଦେବଦୂତ ସାଜି ଲୋକଙ୍କୁ କମ୍ବଳ ବାଣ୍ଟୁଥିଲେ କିଛି ସ୍ୱେଚ୍ଛାସେବୀ।

publive-imageକଟକରେ ରାତି ୧୧ଟାର ଶୀତର ଦୃଶ୍ୟ । ଦିନସାରା ଖଟିଖଟି ସେଇ ରିକ୍ସା ଉପରେ ମଶାରି ଘୋଡ଼ି ଶୋଇପଡ଼ିଛନ୍ତି ରିକ୍ସାବାଲା । ଘର ଥିଲେ ତ ଯିବେ । ଷ୍ଟେସନ୍ ପାଖ ରାସ୍ତାରେ କିଛି ଲୋକ ଶୋଇବାକୁ ବିଛଣାପାରୁଥିବା ବେଳେ, ଏପଟେ ଦିନସାରା ଚଳଚଞ୍ଚଳ ଥିବା ବାଦାମବାଡ଼ିରେ ଯାତ୍ରୀମାନେ ରୁଣ୍ଡ ହୋଇ ନିଆଁ ପୋଉଁ ଥିଲେ।

Advertisment

ସେପଟେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ବି ଦେଖିବାକୁ ମିଳିଥିଲା କିଛି ସମାନ ଦୃଶ୍ୟ।

ପର୍ଯ୍ୟଟନ ସହର ପୁରୀରେ ବୁଲା ବିକାଳିଙ୍କ ଅବସ୍ଥା ମଧ୍ୟ ସେମିତି। ଛାତ କହିଲେ ଖୋଲା ଆକାଶ, ଶେଯ କହିଲେ ବିସ୍ତୀର୍ଣ୍ଣ ବେଳାଭୂମି । ଯିଏ ଯେଉଁଠି ପାରିଲା, ଯେମିତି ପାରିଲା, କମ୍ବଳ ତଳେ ଲୁଚିଗଲା ଶୀତ ଭୟରେ । ଯେଉଁଠି ମଣିଷ, ସେଇଠି କୁକୁର । ଶହଶହ ଲୋକ ସ୍ତ୍ରୀ ପିଲାଛୁଆ ଧରି ବେଳାଭୂମିରେ ଏମିତି ରାତିରାତି ପଡ଼ୁଥିଲେ ବି ଏମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଖାଲି ବେଳାଭୂମି ନୁହେଁ, ସିଂହଦ୍ୱାର ସମ୍ମୁଖରେ ବି ଅନେକେ ଶୀତ ସହ ଜୁଝୁଥିଲେ ଖୋଲା ଆକାଶ ତଳେ।

Advertisment
Advertisment