/odishatv-khabar/media/post_attachments/uploadimage/library/16_9/16_9_0/winter_1626687573.jpg)
winter
ଭୁବନେଶ୍ୱର : ଆସନ୍ତା ଦୁଇ, ତିନି ଦିନ ଭିତରେ ରାଜ୍ୟରେ ଶୀତ ବଢ଼ିବ। ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
Advertisment
ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି,“ ଦୁଇ, ତିନ ଭିତରେ ରାଜ୍ୟରେ ବେଶି ଶୀତ ଅନୁଭୂତ ହେବ। ଉତ୍ତରା ପବନ ବହିବା ଯୋଗୁ ରାଜ୍ୟରେ ଶୀତ ବଢିବ। ଏବେ ରାଜ୍ୟରେ ସ୍ୱାଭାବିକ ଠାରୁ ୨ ଡିଗ୍ରୀ ତାପମାତ୍ରା ଅଧିକ ରହିଛି। ”
ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଏଥିସହ ଝାରସୁଗୁଡ଼ାରେ ବର୍ଷା ମଧ୍ୟ ହୋଇଥିଲା ବୋଲି ଶ୍ରୀ ବେହେରା କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)