Advertisment

ତାତିରେ ସିଝିବ ଓଡ଼ିଶା:୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା । ଝାଞ୍ଜି ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ଆଶଙ୍କା କରାଯାଉଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ନେଇ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା,ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲା […]

author-image
Prangyan Parimita
ତାତିରେ ସିଝିବ ଓଡ଼ିଶା:୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

heat wave

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା । ଝାଞ୍ଜି ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ଆଶଙ୍କା କରାଯାଉଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ନେଇ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା,ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଏନେଇ ରୋଗାକ୍ରାନ୍ତ, ବୃଦ୍ଧ ଓ ଶିଶୁଙ୍କ ପ୍ରତି ବିଶେଷ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖତ୍ ଆବଶ୍ୟକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି ।

Advertisment

ଗତକାଲି ୧୬ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲାବାରିପଦା ସହରରେ ଗତକାଲି ସବୁଠୁ ଅଧିକ ତାତି ଅନୁଭୂତ ହୋଇଥିଲା  । ସେଠାରେ ତାପମାତ୍ରା ୪୪ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ତାଳଚେର, ବୌଦ୍ଧ, ଝାରସୁଗୁଡ଼ା, ବଲାଙ୍ଗୀର, ଟିଟିଲାଗଡ଼, ଅନୁଗୁଳ, ସୋନପୁର, ନୟାଗଡ, ବାଲେଶ୍ୱର, ହୀରାକୁଦ, ସମ୍ବଲପୁର, ଭବାନୀପାଟଣା, ମାଲକାନଗିରି, ସୁନ୍ଦରଗଡ ଓ କଟକରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲାା

Advertisment

ଚଳିତ ମାସ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ହଠାତ୍ ବଢିଯିବା ପରେ ତୃତୀୟ ସପ୍ତାହରେ ସ୍ଥିତିରେ ସୁଧାର ଆସିଥିଲା। ମାତ୍ର ଏବେ ପୁଣି ବଢିଛି ସୂର୍ଯ୍ୟଦେବଙ୍କ କୋପ। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼଼ରେ ଗତକାଲି ତାପମାତ୍ରା ଥିଲା ୪୨.୨ ଡିଗ୍ରୀ। ହଠାତ୍ ତାତି ବଢିଯିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। କେବଳ ଟିଟିଲାଗଡ ନୁହେଁ, କିଛି ଦିନ ହେବ ୪୦ ଡିଗ୍ରୀ ଉପରେ ରହୁଥିବା ବୌଦ୍ଧ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି। ପ୍ରବଳ ଖରା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ଉପକୂଳବର୍ତ୍ତୀ ସହର ଭଦ୍ରକ ଓ ଯାଜପୁରରେ ମଧ୍ୟ ଅସହ୍ୟ ଗରମ ଅନୁଭୁତ ହେଉଛି।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଏଥିସହିତ ତାତିକୁ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି।

Odisha Weather Update
Advertisment
Advertisment