Advertisment

ଓଡ଼ିଶାରୁ ଚିହ୍ନଟ ଡେଲ୍‌ଟା ପ୍ଲସ ଆକ୍ରାନ୍ତଙ୍କ ଅବସ୍ଥା ଭଲ ଅଛି-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଡେଲ୍‌ଟା  ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି। ସେ ଗତ ମେ’ ମାସରୁ ଚିହ୍ନଟ ହେଲେଣି । କେମିତି ଅଛି ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ? କେମିତି ସଂକ୍ରମିତ ହେଲେ ? ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ…

author-image
Minati Mishra
ଅଦ୍ୟତନ ହୋଇଛି
ଓଡ଼ିଶାରୁ ଚିହ୍ନଟ ଡେଲ୍‌ଟା ପ୍ଲସ ଆକ୍ରାନ୍ତଙ୍କ  ଅବସ୍ଥା ଭଲ ଅଛି-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

delta plus

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଡେଲ୍‌ଟା  ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି। ସେ ଗତ ମେ’ ମାସରୁ ଚିହ୍ନଟ ହେଲେଣି । କେମିତି ଅଛି ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ? କେମିତି ସଂକ୍ରମିତ ହେଲେ ?

Advertisment

ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ମାର୍ଚ୍ଚ ୩୦ରେ ପ୍ରଥମ ଡୋଜ୍ ଟିକା ନେଇଥିଲେ। ଜଣେ ଲକ୍ଷଣଯୁକ୍ତ କୋଭିଡ୍କ୍ରା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲରେ ସାମ୍ପଲ ଦେଇଥିଲେ।  ଲକ୍ଷଣହୀନ ପଜିଟିଭ ଚିହ୍ନଟ ହୋଇଥିଲେ। ଏପରକି ସ ମାସେ ଆଗରୁ ଟିକା ମଧ୍ୟ ନେଇଥିଲେ। ତେବେ ଟିକା ନେଇଥିବାରୁ ଏହାର ଭଲ ପ୍ରଭାବ ରହିଲା ବୋଲି କହିଛନ୍ତି ବିଜୟ ମହାପାତ୍ର।

ତେବେ ସର୍ଭେଲାନ୍ସ ପିରିୟଡ ୬ ସପ୍ତାହରେ କିପରି ଅଛନ୍ତି ଜାଣିବାକୁ ଟିମ୍ ଗସ୍ତ କରିଛି। ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ଅବସ୍ଥା ଭଲ ରହିଛି ବୋଲି ସେ କହିଛନ୍ତି।

Advertisment

ତେବେ ଡେଲଟା ପ୍ଲସ୍ ଭାରିଏଣ୍ଟ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତା ହେଲେ ଏହା ସାରା ଦେବଗଡ଼ ଜିଲ୍ଲାରେ ଏହା ବ୍ୟାପି ସାରନ୍ତାଣି । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି। ଦେବଗଡ଼ ଜିଲ୍ଲାର ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବାରୁ, ଡେଲଟା ପ୍ଲସକୁ ନେଇ ଏତେ ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ତେବେ କୋଭିଡ୍-୧୯ର ଭାରିଏଣ୍ଟ ଜାଣିବା ଲାଗି ଓଡ଼ିଶାରୁ ୧୧୦୦ଟି ନମୁନା ସମେତ ୪ଟି ରାଜ୍ୟରୁ ୩୮୦୦ ନମୁନା ସଂଗ୍ରହ କରି ଆଇଏଲଏସ୍‌ରେ ସିକ୍ୟୁଏନ୍ସିଂ କରାଯାଇଥିଲା । ଯେଉଁଥିରୁ ମାତ୍ର ଗୋଟିଏରେ ଡେଲଟା ପ୍ଲସ ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିଲା।

ତା ଛଡ଼ା ସମଗ୍ର ଦେଶରୁ ୪୬ ହଜାର ନମୁନା ସଂଗ୍ରହ କରାଯାଇଥିଲେ ବି ମାତ୍ର ୪୮ଟିରେ ଡେଲଟା ପ୍ଲସ ଭାରିଏଣ୍ଟ ଥିବା ଜଣାପଡ଼ିଛି ଯାହାକି ଦଶମିକ ଶୂନ ଏକ ପ୍ରତିଶତ । ତେବେ ଆଗାମୀ ଦିନରେ ଡେଲଟା ପ୍ଲସ ଭାରିଏଣ୍ଟର ପ୍ରଭାବ କଣ ରହିବ, ତା ଉପରେ ଗବେଷଣା ଜାରି ରହିଛି ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । ଅନ୍ୟପକ୍ଷରେ ଟିକା ନେଇ ଲୋକେ ସଂକ୍ରମିତ ହେଉଥିବା ସଂପର୍କରେ ସେ କହିଛନ୍ତି ଯେ, ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହୋଇଛନ୍ତି, ତାହାର ତର୍ଜମା ଚାଲିଛି।

Advertisment
Advertisment