Advertisment

ଗ୍ରୁପ୍‌ରେ ଅଶ୍ଳୀଳ ଲିଙ୍କ୍‌ ପଡ଼ିବା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନ ଶିକ୍ଷକ

କଟକ: ଅନଲାଇନ ପାଠପଢ଼ା ଚାଲିଥିବାବେଳେ ଅଶ୍ଳୀଳ ଲିଙ୍କ୍‌ ଆସିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନଶିକ୍ଷକ। ସ୍ମାର୍ଟଫୋନ୍ ବ୍ୟବହାର ଜାଣିନଥିବାରୁ ଏଭଳି ଭୁଲ୍ ହୋଇଥିବା ସେ କହିଛନ୍ତି। ତେବେ ସେ ଏଥିପାଇଁ ଦାୟୀ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ତାଙ୍କ କାମ ହେଲା, ପାଠପଢ଼ାଇବା ପାଇଁ ଯେଉଁସବୁ ଲିଙ୍କ୍‌ ଆସିଥାଏ, ତାକୁ ସଂପୃକ୍ତ ବିଷୟର ଶିକ୍ଷକଙ୍କ ପାଖକୁ ପଠାଇଥାନ୍ତି। ହେଲେ ସେ ଲିଙ୍କର କଣ୍ଟେଣ୍ଟ ଦେଖିନଥିଲେ, ଯାହା ଆସିଥିଲା ଫରଓ୍ୱାର୍ଡ କରି ଦେଇଥିଲେ […]

ଗ୍ରୁପ୍‌ରେ ଅଶ୍ଳୀଳ ଲିଙ୍କ୍‌ ପଡ଼ିବା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନ ଶିକ୍ଷକ

representational-imaghe

Advertisment

କଟକ: ଅନଲାଇନ ପାଠପଢ଼ା ଚାଲିଥିବାବେଳେ ଅଶ୍ଳୀଳ ଲିଙ୍କ୍‌ ଆସିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନଶିକ୍ଷକ। ସ୍ମାର୍ଟଫୋନ୍ ବ୍ୟବହାର ଜାଣିନଥିବାରୁ ଏଭଳି ଭୁଲ୍ ହୋଇଥିବା ସେ କହିଛନ୍ତି। ତେବେ ସେ ଏଥିପାଇଁ ଦାୟୀ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

Advertisment

ସେ କହିଛନ୍ତି, ତାଙ୍କ କାମ ହେଲା, ପାଠପଢ଼ାଇବା ପାଇଁ ଯେଉଁସବୁ ଲିଙ୍କ୍‌ ଆସିଥାଏ, ତାକୁ ସଂପୃକ୍ତ ବିଷୟର ଶିକ୍ଷକଙ୍କ ପାଖକୁ ପଠାଇଥାନ୍ତି। ହେଲେ ସେ ଲିଙ୍କର କଣ୍ଟେଣ୍ଟ ଦେଖିନଥିଲେ, ଯାହା ଆସିଥିଲା ଫରଓ୍ୱାର୍ଡ କରି ଦେଇଥିଲେ ବୋଲି କହିଛନ୍ତି ଅଭିଯୁକ୍ତି ଶିକ୍ଷକ। ତେବେ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି କହିଛନ୍ତି।

ସୂଚନା ଅନୁସାରେ, ଗତ ଜୁଲାଇ ୩୦ରେ ହ୍ୱାଟ୍ସଆପ୍‌ରେ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଗ୍ରୁପ୍‌ରେ ଅଶ୍ଲୀଳ ଫଟୋ ଶେଆର୍ କରିଥିଲେ। ଏ ନେଇ ସୋସିଆଲ୍‌ ମିଡିଆରେ ପୂର୍ବତନ କର୍ପୋରେଟର୍‌ ଅଭିଯୋଗ ଆଣିଥିଲେ। କଟକରୁ ଏଭଳି ଅଭିଯୋଗ ଆସିବା ପରେ ଘଟଣାକୁ ନେଇ ପ୍ରତିକ୍ରିୟା ଦେଖା ଦେଇଥିଲା।

Advertisment

ଏହାପରେ ଅଗଷ୍ଟ ୧ ତାରିଖ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କଟକ DEOଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସୋମବାର ସୁଦ୍ଧା DEO ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ