/odishatv-khabar/media/post_attachments/uploadimage/library/16_9/16_9_0/nilagiri_1625440577.jpg)
nilagiri
ନୀଳଗିରି: ୧୨ ଘଣ୍ଟାର କସରତ ପରେ ଗିରଫ ହେଲା ଅଭିଯୁକ୍ତ। ବାଲେଶ୍ୱର ନୀଳଗିରି ନିଛନ୍ଦପୁର ଗାଁରୁ ଅଭିଯୁକ୍ତ ରାଜା ଦଲେଇକୁ ନିଜ ହେପାଜତକୁ ନେଲା ପୋଲିସ୍। ଗ୍ରାମବାସୀଙ୍କୁ ବୁଝାସୁଝା ପରେ ପୋଲିସ ଅଭିଯୁକ୍ତ ଓ ତାଙ୍କ ମାଆଙ୍କୁ ହେପାଜତକୁ ନେଇଛି।
Advertisment
ଅଭିଯୁକ୍ତକୁ ନେଇ ନିଛନ୍ଦପୁର ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ବାରମ୍ବାର ଗଣ୍ଡଗୋଳ କରୁଥିବା ଯୁବକକୁ ନେଇ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଥିଲେ। ଏନେଇ ଯୁବକଙ୍କୁ ପାନେ ଦେବାକୁ ଘର ଆଗରେ ଅଡ଼ି ବସିଥିଲେ ଗ୍ରାମବାସୀ। ତେବେ ଘଟଣା ପରେ ଡରି ଯୁବକ ନିଜ ଘର ଭିତରେ ୧୨ ଘଣ୍ଟା ଲୁଚି ରହିଥିଲା ।
ଯୁବକଙ୍କୁ ନେବାକୁ ଆସିଥିବା ପୋଲିସକୁ ବିରୋଧ କରିଥିଲେ ଗାଁଲୋକେ। ଘଟଣାସ୍ଥଳରେ ସ୍ଥାନୀୟ ଏସ୍ଡିପିଓ, ଆଇଆଇସି ସମେତ ଏକ ପ୍ଲାଟୁନ୍ ଫୋର୍ସ ପହଞ୍ଚି ଲୋକଙ୍କ ବୁଝାସୁଝା କରିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)