/odishatv-khabar/media/post_attachments/uploadimage/library/16_9/16_9_0/WhatsApp-Image-2021-07-02-at-12_1625326125.jpg)
Ollywood Actor Mrutyunjaya
ଭୁବନେଶ୍ୱର: ଦିନେ ଅଭିନୟ କରି ଅନ୍ୟକୁ ହସାଉଥିଲେ । ଆଜି ହସିବାର ଅଭିନୟ କରିବାକୁ ପଡୁଛି । ଦିନେ ଲୋକଙ୍କର ମନୋରଞ୍ଜନ କରୁଥିଲେ । ଆଜି ସେଇ ଲୋକଙ୍କ ସହାୟତା ଅପେକ୍ଷାରେ କଟୁଛି ଜୀବନ । ସେହି କଳାକାର ଜରକ ହେଉଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ୨୭ବର୍ଷ ଧରି ସେ ଅଭିନୟ କରିଆସୁଛନ୍ତି । ବନ୍ଦେ ଉତ୍କଳ ଜନନୀ, ଆ ଜହ୍ନରେ ଲେଖିବା ନାଁ, ପ୍ରେମ ରୋଗୀ, କେମିତି ଏ ବନ୍ଧନ, ଫ୍ୟାମିଲି ନମ୍ବର ଓ୍ୱାନ ଭଳି ଚଳଚ୍ଚିତ୍ର ସହ ତରଙ୍ଗ ଚାନେଲର ଧାରାବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି । କିନ୍ତୁ ଏବେ ଲକ୍ଡାଉନ୍ରେ ଜୀବିକା ହରାଇ ଜୀବନ ସହ ଲଢେଇ କରୁଛନ୍ତି ମୃତ୍ୟୁଞ୍ଜୟ ।
/odishatv-khabar/media/post_attachments/wp-content/uploads/2021/07/WhatsApp-Image-2021-07-02-at-12.32.32-PM.jpeg)
ଅଭିନୟ ସମୟରେ ଏକ ଛୋଟିଆ ଆଘାତ ମୃତ୍ୟୁଞ୍ଜୟଙ୍କ ଜୀବନକୁ ଏବେ ଅଚଳ କରି ରଖିଦେଇଛି । ଏହି ଛୋଟିଆ ଆଘାତକୁ ହେୟଜ୍ଞାନ କରିବାରୁ ଘା’ ଏବେ କ୍ୟନସରରରେ ପରିଣତ ହେଲାଣି । ଏବେ ଘା’କୁ ଭଲ କରିବା ପାଇଁ ମୃତ୍ୟୁଞ୍ଜୟ ଏପଯର୍ୟନ୍ତ ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି । ଆଗକୁ ଅହୁରି ଅର୍ଥର ଆବଶ୍ୟକ । ରୋଜଗାର ହରାଇ ପରିବାର ପୋଷିବା କଷ୍ଟ ହେଉଥିବା ବେଳେ ଏହି ସମୟରେ କେମିତି ନିଜ ଚିକିତ୍ସା କରିବେ, ସେନେଇ ଚିନ୍ତାରେ ମୃତ୍ୟୁଞ୍ଜୟ ।
/odishatv-khabar/media/post_attachments/wp-content/uploads/2021/07/WhatsApp-Image-2021-07-02-at-12.32.25-PM.jpeg)
ଭୁବନେଶ୍ୱର ୟୁନିଟ ୯ ରେ ସୁଧାନିଧିଶ୍ୱର ବସ୍ତିରେ ରୁହନ୍ତି ମୃତ୍ୟୁଞ୍ଜୟ l ପରିବାରରେ ପତ୍ନୀଙ୍କ ସହିତ ଗୋଟିଏ ପୁଅ ଓ ଝିଅ l ଜୀବିକା ଚାଲିଯିବା ପରେ ପରିବାର ଚଳାଇବା ପାଇଁ ଏସ୍ଏଚ୍ଜିରୁ ଋଣ ଆଣି ଘର ଦୁଆର ମୁହଁରେ ଗୋଟିଏ ଦୋକାନ କରିଥିଲେ ମୃତ୍ୟୁଞ୍ଜୟ । କିନ୍ତୁ କରୋନା ପାଇଁ ବନ୍ଦ ହେଲା ଦୋକାନ । ବାହାରେ ଯାଇ ପତ୍ନୀ କାମ କରୁଥିଲେ । କୋଭିଡ୍ ପାଇଁ ସେ ମଧ୍ୟ ଚାକିରି ହରାଇଛନ୍ତି ।
/odishatv-khabar/media/post_attachments/wp-content/uploads/2021/07/WhatsApp-Image-2021-07-02-at-12.32.24-PM.jpeg)
ପୁଅ ଏବେ ମାଟ୍ରିକ ପାସ କରିଥିବା ବେଳେ ନିଜ ପଢା ଖର୍ଚ୍ଚ ପାଇଁ ଗୋଟେ ଦୋକାନରେ ହାଉସ କିପିଂ କାମ କରୁଛି l ଆଉ ଏବେ ପରିବାର ଚଳାଇବା, ମୃତ୍ୟୁଞ୍ଜୟଙ୍କ ଚିକିତ୍ସା ଓ ପୁଅର ପାଠପଢା ସବୁ ବୋଝ ଲଦି ହୋଇଯାଇଛି ପତ୍ନୀ ଗୀତାଞ୍ଜଳିଙ୍କ ଉପରେ l ଅନ୍ୟ ଉପାୟ ନପାଇ ସ୍ୱାମୀଙ୍କ ଚିକିତ୍ସା ପାଇଁ ଅନ୍ୟ ଉପରେ ଭରଷା କରିଛନ୍ତି ଗୀତାଞ୍ଜଳି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)