durga
କଟକ: କଟକ ମା' ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ନେଇ ମାମଲାର ଶୁଣାଣି ଅକ୍ଟୋବର ୯ ତାରିଖକୁ ଘୁଞ୍ଚିଲା। ଆଜି ଏନେଇ ଶୁଣାଣି ହେବାକୁ ଥିବାବେଳେ ହାଇକୋର୍ଟ ଏହାକୁ ୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ତେବେ ପରବର୍ତ୍ତୀ ଶୁଣାଣିବେଳେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି କୋର୍ଟ। ଏହାସହ ମଣ୍ଡପଗୁଡ଼ିକରେ ନିର୍ମାଣାଧିନ ମୂର୍ତ୍ତିକୁ ସୁରକ୍ଷା ଦେବାକୁ କୋର୍ଟ କହିଛନ୍ତି।
ମୃର୍ତ୍ତିର ଉଚ୍ଚତା ପ୍ରସଙ୍ଗରେ କମିଶନର ଜାରି କରିଥିବା ନିର୍ଦ୍ଦେଶାନାମାକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଏହା କହିଛନ୍ତି। ଉଚ୍ଚତାକୁ ନେଇ ବିବାଦ ହାଇକୋର୍ଟରେ ପହଞ୍ଚିବା ପରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ପୋଲିସ କମିଶନରଙ୍କୁ ହାଇକୋର୍ଟ ଗତ ୧୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ମୂର୍ତ୍ତିଗୁଡ଼ିକର ଉଚ୍ଚତା ଯାଞ୍ଚ କରି ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ ପୋଲିସ କମିଶନର ଗତ ୧୭ ତାରିଖରେ ନିର୍ଦ୍ଦେଶାନାମା ଜାରି କରିଥିଲେ।
ମଣ୍ଡପରେ ୪ ଫୁଟରୁ ଉର୍ଦ୍ଧ୍ୱର ମୂର୍ତ୍ତି ର୍ନିମାଣ ଆରମ୍ଭ ହୋଇସାରିଥିବାରୁ କମିଶନରଙ୍କ ନିର୍ଦ୍ଦେଶନାମା ପାଳନ କରିବା ସମ୍ଭବପର ନଥିବା ଦର୍ଶାଇ ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ପୋଲିସ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/durga_1625284488.jpg)