Advertisment

ବିଜେଡି ଛାଡ଼ିଲେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ

ଭୁବନେଶ୍ୱର: ବିଜେଡି ଛାଡ଼ିଲେ ପୁଣି ଜଣେ ବିଜେଡି ବିଧାୟକ। ଆଜି ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ, ବହୁ ଚାପ ସତ୍ତ୍ୱେ ଜିଲ୍ଲାର କିଛି ନେତାଙ୍କ ପ୍ରଲୋଭନରେ ଅନ୍ୟାୟ ଅନୀତି କାମ କରିନାହିଁ କି କରିବାକୁ ସୁଯୋଗ […]

ବିଜେଡି ଛାଡ଼ିଲେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ

gunupur

Advertisment

ଭୁବନେଶ୍ୱର: ବିଜେଡି ଛାଡ଼ିଲେ ପୁଣି ଜଣେ ବିଜେଡି ବିଧାୟକ। ଆଜି ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ସେ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ, ବହୁ ଚାପ ସତ୍ତ୍ୱେ ଜିଲ୍ଲାର କିଛି ନେତାଙ୍କ ପ୍ରଲୋଭନରେ ଅନ୍ୟାୟ ଅନୀତି କାମ କରିନାହିଁ କି କରିବାକୁ ସୁଯୋଗ ଦେଲିନାହିଁ। ବରଂ ପ୍ରତିରୋଧ କରିବାରୁ ଯୋଜନାବଦ୍ଧ ଭାବେ ମୋ ବିରୋଧରେ ଷଡ଼ଯନ୍ତ୍ର କରାଗଲା। ମୋତେ ବିଭିନ୍ନ ସମୟରେ ଅପମାନିତ କରାଯିବା ସହ ଚାକର ଭଳି ବ୍ୟବହାର କରାଗଲା।

ଏ ସମ୍ପର୍କରେ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ୍‌ଙ୍କୁ ଅବଗତ କରିଥିଲି। ତେବେ ନ୍ୟାୟ ପ୍ରଦାନ କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି ବୋଲି ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ଆଦିବାସୀଙ୍କ ପ୍ରତି ତିଳେ ମାତ୍ର ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ନାହିଁ ବୋଲି ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ତ୍ରିନାଥ ବର୍ଷିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ