Advertisment

ପ୍ରସିଦ୍ଧ ଛତର ଯାତ୍ରା ପାଇଁ ଗାଇଡଲାଇନ୍ ଜାରି

ଭବାନୀପାଟଣା: ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା ପାଇଁ ଗାଇଡଲାଇନ୍ ଜାରି ହୋଇଛି। କରୋନା ମହାମାରୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଆସନ୍ତା ୨୪ ତାରିଖରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ହେବ। ତେବେ ଏହାକୁ ଦୃଷ୍ଟିରେ ରଖି ୨୩ରୁ ୨୫ ତାରିଖ ଭବାନୀପାଟଣା ପୌରାଞ୍ଚଳକୁ ଯାଆସ ଉପରେ କଟକଣା ଜାରି ରହିଛି। କେବଳ ଜରୁରୀ ସେବା ଛାଡ଼ି ବାହାର ଲୋକଙ୍କ ପାଇଁ ପ୍ରବେଶ ବାରଣ କରାଯାଇଛି। ସେହିପରି ଛତର ଯିବାକୁ ଥିବା ଜେନାଖାଲରୁ […]

author-image
Abinash Pati
ପ୍ରସିଦ୍ଧ ଛତର ଯାତ୍ରା ପାଇଁ ଗାଇଡଲାଇନ୍ ଜାରି

chhatara-jatra

ଭବାନୀପାଟଣା: ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା ପାଇଁ ଗାଇଡଲାଇନ୍ ଜାରି ହୋଇଛି। କରୋନା ମହାମାରୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଆସନ୍ତା ୨୪ ତାରିଖରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ହେବ। ତେବେ ଏହାକୁ ଦୃଷ୍ଟିରେ ରଖି ୨୩ରୁ ୨୫ ତାରିଖ ଭବାନୀପାଟଣା ପୌରାଞ୍ଚଳକୁ ଯାଆସ ଉପରେ କଟକଣା ଜାରି ରହିଛି।

Advertisment

କେବଳ ଜରୁରୀ ସେବା ଛାଡ଼ି ବାହାର ଲୋକଙ୍କ ପାଇଁ ପ୍ରବେଶ ବାରଣ କରାଯାଇଛି। ସେହିପରି ଛତର ଯିବାକୁ ଥିବା ଜେନାଖାଲରୁ ମାଣିକେଶ୍ୱରୀ ପୀଠ ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି। ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ନ ହେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

୨୨ ତାରିଖ ରାତି ୧୨ରୁ ୨୫ ତାରିଖ ରାତି ୧୨ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କଟକଣା ଜାରି ରଖିଛି। ଯାତ୍ରାକୁ ନ ଆସିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସୋସିଆଲ ମିଡିଆ ଓ ନ୍ୟୁଜ୍‌ ଚ୍ୟାନେଲରେ ପ୍ରସାରଣ ଦେଖିବାକୁ ଅପିଲ କରିଛନ୍ତି।

Advertisment
Advertisment
Advertisment