Advertisment

ଦୋକାନଗୁଡ଼ିକ A, B ଓ C ବର୍ଗରେ ବିଭକ୍ତ, ଗାଇଡଲାଇନ୍ ଜାରି

ମାଲକାନଗିରି: ମାଲକାନଗିରି ପୌରାଞ୍ଚଳରେ ଦୋକାନ ଖୋଲିବା ନେଇ ଗାଇଡଲାଇନ୍ ଜାରି କରାଯାଇଛି । ସହରରେ ଦୋକାନ ଖୋଲିବା ନେଇ ଏହି ଗାଇଡଲାଇନରେ କେତେକ ବ୍ୟବସ୍ଥା ହୋଇଛି। ଦୋକାନଗୁଡ଼ିକୁ A, B ଓ C ବର୍ଗରେ ବିଭକ୍ତ କରାଯାଇଛି। ଔଷଧ ଦୋକାନକୁ A ଓ B ବର୍ଗରେ ବିଭକ୍ତ କରାଯାଇଛି । ଯାହାଫଳରେ ଦିନେ ଛଡ଼ା ଦିନେ ଔଷଧ ଦୋକାନ ସକାଳ ୭ରୁ ଦିନ ୩ ଯାଏ ଖୋଲିବ । ସେହିପରି ଅନ୍ୟସବୁ ଦୋକାନ ପର୍ଯ୍ୟାୟକ୍ରମେ ସକାଳ ୭ରୁ […]

author-image
Mahasweta Baral
ଅଦ୍ୟତନ ହୋଇଛି
ଦୋକାନଗୁଡ଼ିକ A, B ଓ C ବର୍ଗରେ ବିଭକ୍ତ, ଗାଇଡଲାଇନ୍ ଜାରି

dokan

ମାଲକାନଗିରି: ମାଲକାନଗିରି ପୌରାଞ୍ଚଳରେ ଦୋକାନ ଖୋଲିବା ନେଇ ଗାଇଡଲାଇନ୍ ଜାରି କରାଯାଇଛି । ସହରରେ ଦୋକାନ ଖୋଲିବା ନେଇ ଏହି ଗାଇଡଲାଇନରେ କେତେକ ବ୍ୟବସ୍ଥା ହୋଇଛି। ଦୋକାନଗୁଡ଼ିକୁ A, B ଓ C ବର୍ଗରେ ବିଭକ୍ତ କରାଯାଇଛି। ଔଷଧ ଦୋକାନକୁ A ଓ B ବର୍ଗରେ ବିଭକ୍ତ କରାଯାଇଛି । ଯାହାଫଳରେ ଦିନେ ଛଡ଼ା ଦିନେ ଔଷଧ ଦୋକାନ ସକାଳ ୭ରୁ ଦିନ ୩ ଯାଏ ଖୋଲିବ ।

Advertisment

ସେହିପରି ଅନ୍ୟସବୁ ଦୋକାନ ପର୍ଯ୍ୟାୟକ୍ରମେ ସକାଳ ୭ରୁ ଦିନ ୨ ଯାଏଁ ଖୋଲିବ । ଅଗଷ୍ଟ ୩୧ ପର୍ଯ୍ୟନ୍ତ ସହରରେ ସପ୍ତାହାନ୍ତ ସଟ୍‌ଡାଉନ କଟକଣା ବଳବତ୍ତର ରହିବ ବୋଲି ପୌର ପ୍ରଶାସନ ନିଷ୍ପତ୍ତି ନେଇଛି।

ଏହା ସହ ଦୋକାନରେ କୋଭିଡ୍ କଟକଣା କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାହକ ମାସ୍କ ପିନ୍ଧି ନଥିଲେ ଜିନିଷ ନଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କଟକଣା ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌର ପ୍ରଶାସନ ଚେତାଇ ଦେଇଛି।

Advertisment
Advertisment
Advertisment