Advertisment

ଦୁର୍ଘଟଣାରେ ଚାଲିଗଲା ଜିଆରଏସଙ୍କ ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ପଙ୍ଗାମ ନିକଟରେ ପୋଲିସ ଗାଡ଼ି ଧକ୍କାରେ ନାୟକଗୁଡ଼ା ପଞ୍ଚାୟତ ଜିଆରଏସ୍ ବଲରାଜୁ ସାହୁଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ମାଥିଲି ଥାନା ଆଇଆଇସିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଏସଆଇ କୃତିବାସ ନାୟକ ଓ ଏଏସଆଇ ନରେନ୍ଦ୍ର ଭତ୍ରାଙ୍କ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ କୋରାପୁଟ୍ ସ୍ଥାନାନ୍ତର କରାଯାଇଛି। ମାଥିଲି ଥାନା ଆଇଆଇସି ରଘୁନନ୍ଦ ମାଝି, ଏସଆଇ ନାୟକ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଦୁର୍ଘଟଣାରେ ଚାଲିଗଲା ଜିଆରଏସଙ୍କ ଜୀବନ

GRS

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ପଙ୍ଗାମ ନିକଟରେ ପୋଲିସ ଗାଡ଼ି ଧକ୍କାରେ ନାୟକଗୁଡ଼ା ପଞ୍ଚାୟତ ଜିଆରଏସ୍ ବଲରାଜୁ ସାହୁଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ମାଥିଲି ଥାନା ଆଇଆଇସିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଏସଆଇ କୃତିବାସ ନାୟକ ଓ ଏଏସଆଇ ନରେନ୍ଦ୍ର ଭତ୍ରାଙ୍କ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ କୋରାପୁଟ୍ ସ୍ଥାନାନ୍ତର କରାଯାଇଛି।

Advertisment

ମାଥିଲି ଥାନା ଆଇଆଇସି ରଘୁନନ୍ଦ ମାଝି, ଏସଆଇ ନାୟକ ଓ ଏଏସଆଇ ଭତ୍ରା କୌଣସି କାମରେ ମାଲକାନଗିରି ଯାଉଥିଲେ। ପାଙ୍ଗମ ପାଖରେ ପୋଲିସ ଗାଡ଼ିଟି ନାୟକଗୁଡ଼ା ପଞ୍ଚାୟତର ଜିଆରଏସ ବଲରାଜୁଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ବଲରାଜୁ ୫୦ ଫୁଟ୍ ଯାଏ ସ୍କୁଟି ସହ ଘୋଷାରି ହୋଇ ଯାଇଥିଲେ।

ଅନ୍ୟପକ୍ଷରେ ପୋଲିସ ଗାଡ଼ିଟି ୨୦ ଫୁଟ୍ ଯାଏ ଘୋଷାରି ହୋଇ ଯିବା ପରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ବଲରାଜୁଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଆଇଆଇସି, ଏସଆଇ ଓ ଏସଆଇଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ତେବେ ଜିଆରଏସଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଲୋକେ ରାସ୍ତାରୋକ କରିଥିଲେ।

Advertisment
Advertisment
Advertisment