/odishatv-khabar/media/post_attachments/uploadimage/library/16_9/16_9_0/police-11_1626339276.jpg)
police
ଜୟପୁର(ଟି ଗୌରୀଶଙ୍କର): ଜୟପୁର ସହରର ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣା ପରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି। ଉଭୟ ସାହିରେ ଫୋର୍ସ ମୁତୟନ କରାଯିବା ସହ ପୁଲିସ୍ ଓ ବିଏସଏଫ୍ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି।
Advertisment
ଘଟଣାସ୍ଥଳରେ କୋରାପୁଟ ଏସ୍ପି କନୱର ବିଶାଲ ସିଂଙ୍କ ଉପସ୍ଥିତ ରହି ଘଟଣାର ଅନୁଧ୍ୟାନ କରୁଛନ୍ତି। କାଲି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି, ପଥର ମାଡ଼ ଓ ଭଙ୍ଗାରୁଜା ହୋଇଥିଲା। ଗଣ୍ଡଗୋଳ ଆୟତ୍ତ କରିବାକୁ ପୁଲିସ୍ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଥିଲା। ହୋଲି ଖେଳରୁ ଏହି ସଂଘର୍ଷ ହୋଇଥିବା କୁହାଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)