Advertisment

ଆଶା ଦିଦିଙ୍କ ସଫଳତା, ୫୭ ବର୍ଷରେ ଦେଲେ ମାଟ୍ରିକ ପରୀକ୍ଷା

ଭଦ୍ରକ:ଇଚ୍ଛା ଶକ୍ତି ପାଖରେ ସବୁ ପ୍ରତିବନ୍ଧକ ହାର ମାନେ। ଅଭାବ, ଅସୁବିଧା ଏପରିକି ବୟସ ବି। ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇ ପାସ କରିଥିବା ଆଶା ଦିନି ଏକଥା ପ୍ରମାଣ କରିଦେଇଛନ୍ତି। ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ୍ କୁରିଗାଁ ପଞ୍ଚାୟତ…

author-image
Minati Mishra
ଆଶା ଦିଦିଙ୍କ ସଫଳତା, ୫୭ ବର୍ଷରେ ଦେଲେ ମାଟ୍ରିକ ପରୀକ୍ଷା

asha didi

ଭଦ୍ରକ:ଇଚ୍ଛା ଶକ୍ତି ପାଖରେ ସବୁ ପ୍ରତିବନ୍ଧକ ହାର ମାନେ। ଅଭାବ, ଅସୁବିଧା ଏପରିକି ବୟସ ବି। ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇ ପାସ କରିଥିବା ଆଶା ଦିନି ଏକଥା ପ୍ରମାଣ କରିଦେଇଛନ୍ତି।

Advertisment

ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ୍ କୁରିଗାଁ ପଞ୍ଚାୟତ କଣ୍ଟି ଗାଁର ସ୍ୱର୍ଣ୍ଣଲତା ପତି। ବୟସ ୫୭। ସଂସାର ଡଙ୍ଗା ତାଙ୍କର ଚାଲିବା ଆରମ୍ଭ କରିଛି, ସ୍ୱାମୀ ହାତ ଛାଡ଼ି ଚାଲିଗଲେ ଆରପାରିକୁ। ଛୋଟ ଛୋଟ ଦୁଇଟି ଛୁଆଙ୍କୁ ନେଇ ସ୍ୱର୍ଣ୍ଣଲତାଙ୍କର ଆରମ୍ଭ ହୋଇଥିଲା ଜୀବନ ସଂଘର୍ଷ। ଲକ୍ଷ୍ୟଥିଲା ପିଲା ୨ଟିଙ୍କୁ ମଣିଷ କରିବେ।  

ପରିବାର ଆର୍ଥିକ ଅବସ୍ଥା ଯୋଗୁଁ ସେ ବିଶେଷ ପାଠ ପଢି ନଥିଲେ। ମାତ୍ର ସପ୍ତମ ପାସ କରିଥିଲେ। ଏତିକି ଶିକ୍ଷାଗତ ଯୋଗ୍ୟତା ନେଇ କ’ଣ ବା ଚାକିରୀ କରିବେ ? ତଥାପି ଗାଁ ସ୍କୁଲରେ ପାଚିକା ଭାବେ କାର୍ଯ୍ୟ ଆରମ୍ଭ କଲେ । ମାସିକ 100ଟଙ୍କା ଦରମା।  ୧୦୦ ଟଙ୍କା ଦରମା ପାଇଲେ ବି ନିଷ୍ଠାର ସହ କାମ କରୁଥିଲେ।

Advertisment

ଏହାରି ଭିତରେ ସେ ଆଶା ଦିଦି ଭାବେ ନିଯୁକ୍ତ ପାଇଥିଲେ। ବୁଲି ବୁଲି ଅଞ୍ଚଳର ଲୋକଙ୍କୁ  ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ । ଅର୍ଥ ନ ଥିଲେ କ’ଣ ହେଲା, ତାଙ୍କ ପାଖରେ ଥିଲା କାମ ପ୍ରତି ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ। ସେଥିପାଇଁ ଜଣେ ଭଲ ପାଚିକା ଓ ଆଶା ଦିଦି ଭାବେ ସମଗ୍ର ଅଞ୍ଚଳରେ ବେଶ ଲୋକପ୍ରିୟ ହୋଇ ପାରିଥିଲେ ।

ସେହି ସ୍ୱଳ୍ପ ପଇସା ଏବଂ ଭଗବାନଙ୍କ ଆଶୀର୍ବାଦକୁ ପାଥେୟ କରି ସେ ନିଜର ଦୁଇ ପୁଅ ଓ ଦୁଇ ଝିଅଙ୍କୁ ଉଚ୍ଚ ଶିକ୍ଷିତା ମଧ୍ୟ କରାଇଥିଲେ । ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁସାରେ ଜଣେ ମାଟ୍ରିକ ପାସ କଲେ ତାଙ୍କୁ ଚାକିରୀ କାଳର ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ଘୋଷଣା ହୋଇଥିଲା । ତେଣୁ ସ୍ୱର୍ଣ୍ଣଲତା ନିଷ୍ପତ୍ତି ନେଲେ ସେ ବି ମାଟ୍ରିକ ପାସ କରିବେ। ହେଲେ ୫୭ବର୍ଷ ବୟସରେ ପାଚିକା ଓ ଆଶା ଦିଦି କାମ ସହ ପାଠ ପଢି ପରୀକ୍ଷା ଦେବା କିଛି ସହଜ କଥା ନ ଥିଲା। କିନ୍ତି ହାରି ନ ଥିଲେ ସ୍ୱର୍ଣ୍ଣଲତା।

ମାଟ୍ରିକ ପରୀକ୍ଷା ପାଇଁ ଓଡ଼ିଶା ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ ୨୦୧୯ ଡିସେମ୍ବରରେ । କରୋନା କଟକଣା ଯୋଗୁଁ ୨୦୨୦ର ମେଟ୍ରିକ ପରୀକ୍ଷା ମାର୍ଚ୍ଚ ମାସରେ ହୋଇ ନଥିଲା । ପରେ ସେପ୍ଟେମ୍ବର ମାସରେ ଓଡିଶା ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ପାଇଁ ସ୍ଥିର କରାଯାଇଥିଲା । ସେ ପରୀକ୍ଷା ଦେଇଥିଲେ । ହେଲେ ଏଥିରେ ସେ କୃତକାର୍ଯ୍ୟ ହୋଇ ପାରିନଥିଲେ । ସମସ୍ତ ବିଷୟରେ ପାସ କରିଥିବା ବେଳେ ଇଂରାଜୀରେ ଖରାପ ହୋଇଥିଲା । ଚଳିତ ଥର ସେ ଗୋଟିଏ ବିଷୟ ପାଇଁ ଫର୍ମଫିଲପ କରିଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି । ଦୃଢ ଇଚ୍ଛାଶକ୍ତି ବଳରେ ସେ ମାତ୍ର ଛଅମାସ ଭିତରେ ପାଠ୍ୟପୁସ୍ତକ ଅଧ୍ୟୟନ କରି ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇ ପାରିଛନ୍ତି।

ତାଙ୍କର ଏହି ସଫଳତାକୁ ନେଇ ପରିବାରରେ ତାଙ୍କର ବାପା, ମାଆ, ଭଉଣୀ, ଭିଣେଇ, ପୁଅ ବୋହୁ, ଝିଅ ଜ୍ୱାଇଁଙ୍କ ସମେତ ନାତିନାତୁଣୀ ବେଶ ଖୁସି ଅଛନ୍ତି ।  ପରିବାର ଉତ୍ସର୍ଗୀକୃତ ସହାୟତା ପାଇଁ ଆଜି ସେ ମେଟ୍ରିକ ପାସ କରି ପାରିଥିବା କହିଛନ୍ତି ସ୍ୱର୍ଣ୍ଣଲତା।

Advertisment
Advertisment