/odishatv-khabar/media/post_attachments/uploadimage/library/16_9/16_9_0/paradeep_1626696235.jpg)
paradeep
ପାରାଦୀପ: ପାରାଦୀପ ଷଣ୍ଢକୁଦରେ କରୋନା ଯୋଦ୍ଧାକୁ ପ୍ରବାସୀ ଆନ୍ଧ୍ର ଫେରନ୍ତାଙ୍କ ଆକ୍ରମଣ ଘଟଣାରେ ପ୍ରଶାସନର ତତ୍ପରତା ଦେଖାଇଛି । ଏହାପରେ ଆନ୍ଧ୍ରରୁ ପାରାଦୀପ ଆସିଥିବା ୫୧ ପ୍ରବାସୀଙ୍କୁ ଷଣ୍ଢକୁଦ ବସ୍ତିରୁ ଠାବ କରାଯାଇ ଟିଏମ୍ସିକୁ ପଠାଯାଇଛି।
Advertisment
ପାରାଦୀପ ପୌର ପ୍ରଶାସନ ଏବଂ ଜଟାଧାରା ମୁହାଁଣ ସାମୁଦ୍ରିକ ଥାନା ପୋଲିସ ସହାୟତାରେ ପ୍ରବାସ ଫେରନ୍ତାଙ୍କୁ କ୍ୱାରେଣ୍ଟିନ୍ ପଠାଯାଇଛି। ପ୍ରବାସୀ ଆନ୍ଧ୍ର ଫେରନ୍ତା ସ୍ଥାନୀୟ ଆଶାକର୍ମୀ ସାବିତ୍ରୀ ସ୍ୱାଇଁଙ୍କୁ ଗାଳିଗୁଲଜ କରିବା ସହିତ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା ।
ଆନ୍ଧ୍ରରୁ ପ୍ରବାସୀ ଆସିଥିବାରୁ ଆଶାକର୍ମୀ ସେମାନଙ୍କୁ ବସ୍ତିରେ ପ୍ରବେଶ ପୂର୍ବରୁ ଡାକ୍ତରୀ ପରାମର୍ଶ ନେବା ସହ କ୍ୱାରେଣ୍ଟିନରେ ରହିବାକୁ କହିଥିଲେ । କିନ୍ତୁ ସେମାନେ ଆଶାକର୍ମୀଙ୍କ କଥା ନମାନି ତାଙ୍କୁ ଗାଳିଗୁଲଜ କରି ଧକ୍କା ମାରି ପଳାଇଥିବା ଅଭିଯୋଗ ହୋଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)