Advertisment

ମିଛ କହୁଛନ୍ତି ସରକାର, ବିଜୁଳି ଯୋଗାଣ ପାଇଁ ଏ ଯାଏଁ ସମ୍ପୁର୍ଣ୍ଣ ହୋଇନି ଭିତ୍ତିଭୂମି

ଭୁବନେଶ୍ୱର: ବିଦ୍ୟୁତ୍‌ ପୁନଃସଂଯୋଗ ନେଇ ସରକାରଙ୍କ କଥା ଓ କାମର ଗୁମର ଖୋଲିଲେ ଖୋଦ୍ ବିଭାଗୀୟ କର୍ମଚାରୀ। ରାଜଧାନୀର ଯେଉଁ ଗୁରୁତ୍ୱପୂର୍ଣ ସ୍ଥାନଗୁ଼ଡିକୁ ବିଜୁଳି ଦେଇଥିବାର ଦାବି କରାଯାଉଥିଲା ସେଇ ସ୍ଥାନରେ ହିଁ କାମ ସରି ନ ଥିବା ଚିତ୍ର ସାମନାକୁ ଆସିଛି।  ଏହାପରେ ଆଜି ସୁଦ୍ଧା ଭୁବନେଶ୍ୱରରେ ସବୁ ଉପଭୋକ୍ତାଙ୍କ ଘରେ ବିଜୁଳି ଦେବାର ଘୋଷଣାର ବାସ୍ତବତାକୁ ନେଇ ଉଠିଛି ପ୍ରଶ୍ନ । ବିଜୁଳି ଦେବାର ପ୍ରତଶ୍ରୁତି ନ ରଖିବାରୁ  ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ […]

author-image
Mihir Pattnayak
ମିଛ କହୁଛନ୍ତି ସରକାର, ବିଜୁଳି ଯୋଗାଣ ପାଇଁ ଏ ଯାଏଁ ସମ୍ପୁର୍ଣ୍ଣ ହୋଇନି ଭିତ୍ତିଭୂମି

1

ଭୁବନେଶ୍ୱର: ବିଦ୍ୟୁତ୍‌ ପୁନଃସଂଯୋଗ ନେଇ ସରକାରଙ୍କ କଥା ଓ କାମର ଗୁମର ଖୋଲିଲେ ଖୋଦ୍ ବିଭାଗୀୟ କର୍ମଚାରୀ। ରାଜଧାନୀର ଯେଉଁ ଗୁରୁତ୍ୱପୂର୍ଣ ସ୍ଥାନଗୁ଼ଡିକୁ ବିଜୁଳି ଦେଇଥିବାର ଦାବି କରାଯାଉଥିଲା ସେଇ ସ୍ଥାନରେ ହିଁ କାମ ସରି ନ ଥିବା ଚିତ୍ର ସାମନାକୁ ଆସିଛି।  ଏହାପରେ ଆଜି ସୁଦ୍ଧା ଭୁବନେଶ୍ୱରରେ ସବୁ ଉପଭୋକ୍ତାଙ୍କ ଘରେ ବିଜୁଳି ଦେବାର ଘୋଷଣାର ବାସ୍ତବତାକୁ ନେଇ ଉଠିଛି ପ୍ରଶ୍ନ । ବିଜୁଳି ଦେବାର ପ୍ରତଶ୍ରୁତି ନ ରଖିବାରୁ  ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇଥିବା ବେଳେ କର୍ମଚାରୀ ବି ଲୋକଙ୍କ ରୋଷର ଶିକାର ହେଉଛନ୍ତି । ଏପଟେ ସରକାର ଆଜି ପୁଣି ଦମ୍ଭୋକ୍ତି କରିଛନ୍ତି ସହରର ଶତ ପ୍ରତିଶତ ଉପଭୋକ୍ତାଙ୍କୁ ଆଜି ସୁଦ୍ଧା ବିଜୁଳି ମିଳିଯିବ।

Advertisment

ଭୁବନେଶ୍ୱର ନୁଆଗଁ ଅଞ୍ଚଳରେ ବିଜୁଳି ନ ଆସିବାରୁ ସିଧା ଜେଇଙ୍କୁ ଧରି ଆଣି ଟ୍ରାନ୍ସଫର୍ମ଼ର ପାଖରେ ଅଟକ ରଖିଥିଲେ ଉତ୍ୟକ୍ତ ଲୋକ। ଫୋନିର ୯ ଦିନ ପରେ ବି ନୂଆଗାଁ ସମେତ, ଇନ୍ଦିରା ହାଉସିଂ କଲୋନୀ, ବଳରାମ ବିହାର,  ବିଜୟ ବିହାର ପରି ୫ଟି କଲୋନୀକୁ ବିଜୁଳି ଆସିନି। ବାରମ୍ବାର କହିବା ପରେ ବିଭାଗୀୟ ଅଧିକାରୀ କଥା ନ ଶୁଣିବାରୁ ବାଧ୍ୟ ହୋଇ ଆଜି ସ୍ଥାନୀୟ ଲୋକ ପୁରୀ ଭୁବନେଶ୍ୱର ରାସ୍ତାକୁ ନୂଆଗାଁ ନିକଟରେ ଅବରୋଧ କରିଥିଲେ। ଟ୍ରାନସଫର ମରାମତି ନ ହେବା ଯାଏ ବିଜୁଳି ବିଭାଗର ଜେଇଙ୍କୁ ନ ଛାଡିବାକୁ ଜିଦ ଧରିଥିଲେ ଉତ୍ତ୍ୟକ୍ତ ଲୋକେ ।

ଭୁବନେଶ୍ୱରରେ ଆଜି ସୁଦ୍ଧା ଶତ ପ୍ରତିଶତ ଉପଭୋକ୍ତାଙ୍କ ପାଖରେ ବିଜୁଳି ପହଁଞ୍ଚିବ ବୋଲି ଘୋଷଣା କରିଥିଲେ ସରକାର। ଅନେକ ସ୍ଥାନରେ ବିଜୁଳି ପହଁଞ୍ଚିଥିବା ଦାବି କରାଯାଉଥିଲେ ବି କିଛି ସ୍ଥାନରେ ସରକାରଙ୍କ ପୋଲ୍ ଖୋଲିଛନ୍ତି ଖୋଦ୍ ବିଜୁଳି ବିଭାଗର କର୍ମଚାରୀ। ବିଜେବି ନଗରର ୮ ତାରିଖରୁ ବିଜୁଳି ଆସିଲାଣି ବୋଲି ସରକାର କହୁଛନ୍ତି । କିନ୍ତୁ  ମ୍ୟୁଜିୟମ ପଛପଟେ ଥିବା ସରକାରୀ କ୍ୱାଟରଗୁଡିକରେ ବିଜୁଳି ସଂଯୋଗ ପାଇଁ କାମ ଚାଲିଛି । ଭୀମଟାଙ୍ଗୀ ଅଞ୍ଚଳରେ ବି ଏପର୍ଯ୍ୟନ୍ତ ବିଜୁଳି ଆସିନି। ସରକାରଙ୍କ ନଥିରେ କିନ୍ତୁ ଏ ସ୍ଥାନର ଉପଭୋକ୍ତା ବିଜୁଳି ପାଇସେରେଲିଣି। ନୟାପଲ୍ଲୀର ଭିଆଇପି ଏରିଆରେ ବି ୧୧ କେଭି ଲାଇନର ମରାମତି ସରିନି।

Advertisment

ଏଲ୍ଟି ଲାଇନ ମରାମତି ପରେ ଲୋକଙ୍କ ସର୍ଭିସ ତାର ଯୋଡିବା ପାଇଁ ସରକାର ପ୍ରାୟ ୩୦୦ ଆଇଟିଆଇ ପିଲାଙ୍କୁ କାମରେ ଲଗାଇଛନ୍ତି।  ହେଲେ ବିଡମ୍ବନା ହେଉଛି ଏମାନଙ୍କ ସହ ସମନ୍ୱୟ ରଖି କାମ କରିବାକୁ ବିଜୁଳି ବିଭାଗ ପାଖରେ ସମୟ କି କର୍ମଚାରୀ ନାହାଁନ୍ତି । କେଉଁ  ଅଂଚଳରେ ବିଜୁଳି ଅଛି ସେ ସୂଚନା ମଧ୍ୟ  ଏମାନଙ୍କୁ ଦିଆଯାଉନାହିଁ। ଏପଟେ ସରକାରଙ୍କ ପୁଣି ସେଇ ପୁରୁଣା ଦମ୍ଭୋକ୍ତି ଆଜି ରାତି ସୁଦ୍ଧା ସହର ସବୁ ଉପଭୋକ୍ତାଙ୍କୁ ବିଜୁଳି ମିଳିଯିବ।

Left Top
Advertisment
Advertisment