/odishatv-khabar/media/post_attachments/uploadimage/library/16_9/16_9_0/ias-resuffle_1625179292.jpg)
ias-resuffle
ଭୁବନେଶ୍ୱର: IAS ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସୁରେନ୍ଦ୍ର କୁମାରଙ୍କୁ ଓଡ଼ିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଅଛନ୍ତି ସୁରେନ୍ଦ୍ର କୁମାର। ସହିପରି ପରାଗ ଗୁପ୍ତାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନଗମର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ମାନସୀ ନିମ୍ଭାଲ OSAM ବୋର୍ଡର ସଦସ୍ୟ ସଚିବ ନିଯୁକ୍ତ ହୋଇଥିବା ବେଳେ ସୁଶ୍ରୀ ନିମ୍ଭାଲ ଟିଡିକଲ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
#IAS ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର। ସୁରେନ୍ଦ୍ର କୁମାରଙ୍କୁ ଓଡ଼ିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ #Odishapic.twitter.com/QUDMOuHNxL
— ଓଟିଭି (@otvkhabar) October 27, 2020
ଜି.ମାଥିଭାଥନନଙ୍କୁ ଅତିରିକ୍ତ ଭାବେ CDA ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ମାଥିଭାଥନନ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଅଛନ୍ତି। ସେହିପରି ୟେଦୁଲା ବିଜୟଙ୍କୁ ଓରେଡାର ଅତିରିକ୍ତ ଦାୟିତ୍ୱ ମିଳିଛି। ସେ ବର୍ତ୍ତମାନ ଯୋଜନା ଓ ସଂଯୋଜକ ବିଭାଗର ଉପସଚିବ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)