Advertisment

Government Doctor: ସରକାରୀ ଡାକ୍ତର ଡ୍ୟୁଟି କରୁଛନ୍ତି କ୍ଲିନିକରେ , ୧୫ ଦିନ ହେଲାଣି ଆସୁନାହାନ୍ତି ଡାକ୍ତରଖାନା

ଗର୍ଭବତୀ ମା'ର ଚିକିତ୍ସା ଚାଲିଛି। ଚେକ ଅପ୍  ପାଇଁ ଆସିଲା ବେଳକୁ ଆଶା ଦିଦି କହୁଛନ୍ତି ମ୍ୟାଡାମଙ୍କ କ୍ଲିନିକ ଯାଆନ୍ତୁ। ଆଉ ବିଚରା ରୋଗୀଟି ଥଳକୂଳ ନପାଇ ସିଧା କ୍ଲିନିକ ଯାଇ ମୋଟା ଅଙ୍କର ଟିକଟ କାଟି ଡାକ୍ତରଙ୍କ ପରାମର୍ଶ କରିବାକୁ ବାଧ୍ୟ ହେଉଛି।

author-image
Manas Ranjan Mohanty
DOCTOR-IN-PRIVATE-CLINIC

DOCTOR-IN-PRIVATE-CLINIC Photograph: (OTV)


ଚାକିରି ସରକାରୀ ଡାକ୍ତରଖାନାରେ । ଡ୍ୟୁଟି କିନ୍ତୁ ନିଜ କ୍ଲିନିକରେ । ମୋଟା ଅଙ୍କର ଦରମା ପରେ ବି କ୍ଲିନିକ ଲୋଭ ଛାଡୁନି । ରୋଗୀ ହନ୍ତସନ୍ତ, ଡାକ୍ତର ମାଲେମାଲ । ହସ୍ପିଟାଲ ଆସିବାକୁ ମନ ହେଉନି, କ୍ଲିନିକରେ କିନ୍ତୁ ସମୟ କଟୁଛି। ମ୍ୟାଡାମଙ୍କୁ ଅପେକ୍ଷା କରି ଫେରୁଛନ୍ତ ରୋଗୀ।

Advertisment

ଗର୍ଭବତୀ ମା'ର ଚିକିତ୍ସା ଚାଲିଛି। ଚେକ ଅପ୍  ପାଇଁ ଆସିଲା ବେଳକୁ ଆଶା ଦିଦି କହୁଛନ୍ତି ମ୍ୟାଡାମଙ୍କ କ୍ଲିନିକ ଯାଆନ୍ତୁ। ଆଉ ବିଚରା ରୋଗୀଟି ଥଳକୂଳ ନପାଇ ସିଧା କ୍ଲିନିକ ଯାଇ ମୋଟା ଅଙ୍କର ଟିକଟ କାଟି ଡାକ୍ତରଙ୍କ ପରାମର୍ଶ କରିବାକୁ ବାଧ୍ୟ ହେଉଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ୧୫ ଦିନ ହେଲାଣି ଛୁଟିରେ ଯାଇଛନ୍ତି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ମୋନାଲିସା ବେହେରା। କେବେ ଆସିବେ କାହାକୁ ଜଣା ନାହିଁ। ଅପେକ୍ଷା କରି ନିରାଶରେ ଫେରୁଛନ୍ତି ବିଚରା ରୋଗୀ। ଏହାରି ଭିତରେ ମ୍ୟାଡାମ କିନ୍ତୁ ନିୟମିତ ଭାବରେ ହସ୍ପିଟାଲ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ କ୍ଲିନିକରେ ରୋଗୀ ଦେଖୁଥିବା କଥା ସାମନାକୁ ଆସିଲା। ଏହା ଜାଣିବା ପରେ କିଛି ମହିଳା ରୋଗୀ ବେଶରେ ଯାଇ ପହଞ୍ଚିଥିଲେ କ୍ଲିନିକରେ। 


ଦେଖିଲେ ତ କିପରି ରାଗରେ ଫଁ ଫଁ ହେଉଛନ୍ତି ମ୍ୟାଡାମ । ଶାରୀରିକ ଅସୁସ୍ଥତା ପାଇଁ ସେ ଛୁଟିରେ ଥିବା କହିଛନ୍ତି। ତେବେ ଘରୋଇ କ୍ଲିନିକରେ ଏ କଣ ଚାଲିଛି ? ଶାରୀରିକ ଅସୁସ୍ଥତା ନାଁରେ ଜଣେ ଡାକ୍ତର ବାହାର କ୍ଲିନିକରେ ରୋଗୀ ଦେଖିପାରିବେ ତ ? ଏ ନେଇ କଣ ରହିଛି ସର୍ଭିସ ରୁଲ ? ନିୟମ ଅନୁସାରେ ଅସୁସ୍ଥତା  ସମୟରେ ଡାକ୍ତର କେବଳ ନିଜ ବାସଭବନରେ ରୋଗୀ ଦେଖିପାରିବେ। କୌଣସି ଘରୋଇ କ୍ଲିନିକରେ ନୁହେଁ। ଏକଥା ପଚରିବାରୁ ମ୍ୟାଡମ ରାଗ ତମତମ ହୋଇ କିପରି ପଳାଉଛନ୍ତି

Advertisment

ଏ ସରକାରୀ ଡାକ୍ତରଖାନାରେ ସପ୍ତାହକୁ ମାତ୍ର ୩ଦିନ ପାଇଁ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ର ଓ .ପି. ଡି ଖୋଲା ଥାଏ। କିନ୍ତୁ ଡାକ୍ତର ଛୁଟିରେ ରହିଥିବା ଯୋଗୁ ଏବେ ଏହି ବିଭାଗ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡିଛି। ତାଙ୍କର ବିକଳ୍ପ ଭାବେ ମଧ୍ୟ ଅନ୍ୟ ଡାକ୍ତର କେହି ନାହାଁନ୍ତି। ଦୂରରୁ ଆସୁଥିବା ସହ ସହ ରୋଗୀ ଏଠାକୁ ବାରମ୍ବାର ଆସି ନିରାଶ ହେଇ ଫେରୁଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, ତର୍ଜମା କରି ପଦକ୍ଷେପ ନେବୁ। ତେବେ ଏଠାରେ ପ୍ରଶ୍ନ ସିଡିଏମଓ ଏନେଇ ଅବଗତ ଅଛନ୍ତି କି ନାହିଁ ? ନିଜେ ଯାଂଚ କରିବା ବଦଳରେ କହୁଛନ୍ତି, ଲିଖିତ ଅଭିଯୋଗ ଦେଲେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଏ ପ୍ରସଙ୍ଗରେ ଡାକ୍ତର ମୋନାଲିସା ବେହେରାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। 

Advertisment
Related Articles
Advertisment