Advertisment

କରୋନାରେ ସଂକ୍ରମିତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ IFS ଅଭୟକାନ୍ତ ପାଠକ

କରୋନାରେ ସଂକ୍ରମିତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ IFS ଅଭୟକାନ୍ତ ପାଠକ। ଉଭୟଙ୍କୁ ଝାରପଡ଼ା ଜେଲରରେ ଆଇସୋଲେସନରେ ରଖାଯାଇଛି। କାଲି ଝାରପଡ଼ା ଜେଲରେ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ କରୋନା ସଂକ୍ରମିତ।

author-image
Sarbeswar
କରୋନାରେ ସଂକ୍ରମିତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ IFS ଅଭୟକାନ୍ତ ପାଠକ

pradeep-and-pathak

  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କରୋନା ପଜିଟିଭ
  • IFS ଅଭୟକାନ୍ତ ପାଠକ ମଧ୍ୟ କୋଭିଡ୍ ପଜିଟିଭ ଚିହ୍ନଟ
  • ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯାଇଛି
  • କାଲି ଝାରପଡ଼ା ଜେଲରେ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ
Advertisment

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ IFS ଅଭୟକାନ୍ତ ପାଠକ। ଉଭୟଙ୍କୁ ଝାରପଡ଼ା ଜେଲରରେ ଆଇସୋଲେସନରେ ରଖାଯାଇଛି। କାଲି ଝାରପଡ଼ା ଜେଲରେ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ କରୋନା ସଂକ୍ରମିତ। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି।   ଗତ କିଛି ଦିନ ତଳେ ସେମାନଙ୍କୁ ସାମାନ୍ୟ ଜର ଓ ଥଣ୍ଡା ହୋଇଥିଲା । ତେବେ ସେମାନେ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି ।

ତେବେ IFS ଅଭୟକାନ୍ତ ପାଠକଙ୍କୁ କିଛିଦିନ ତଳେ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୧୯୮୭ ବ୍ୟାଚର IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ନେଇ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମୋହର ମାରିସାରିଛନ୍ତି ରାଷ୍ଟ୍ରପତି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ ଠକେଇ ଅଭିଯୋଗରେ ଗିରଫ କରାଯାଇଛି।

Advertisment

ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଗିରଫ ମାମଲାରେ ଉଭୟ ବାପ, ପୁଅଙ୍କୁ ଜାମିନ ମଧ୍ୟ ପୂର୍ବରୁ ମିଳିସାରିଛି। ଭିଜିଲାନ୍ସ କୋର୍ଟ ଉଭୟ ବାପା ପୁଅଙ୍କ ଜାମିନ ମଂଜୁର କରିଥିଲେ। ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇ ନପାରିବାରୁ ଜାମିନ କୋର୍ଟ ଦେଇଥିବା ସୂଚନା ମିଳିଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା। ପାଠକଙ୍କ ଘରେ ରେଡ୍ ମଧ୍ୟ କରାଯାଇଥିଲା। ରାଜ୍ୟ ଓ ରାଜ୍ୟ ବାହାରେ ଏକକାଳୀନ ରେଡ୍ କରାଯାଇଥିଲା। ରେଡ୍ କରି ଗିରଫ କରିଥିଲେ ବି ନିର୍ଦ୍ଧାରିତ ଦିନ ମଧ୍ୟରେ ଭିଜିଲାନ୍ସ ଚାର୍ଜସିଟ୍ ଦେଇପାରିନଥିଲା। ଏଣୁ ନିୟମ ଅନୁସାରେ କୋର୍ଟ ବାପା ପୁଅଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ ପାଇଥିଲେ ବି ଏବେ ଜେଲରୁ ମୁକୁଳି ପାରିବେନି ପଠାକ ବାପ,ପୁଅ। ଭିଜିଲାନ୍ସ କେସ୍‌ରୁ ଜାମିନ ମିଳିଥିଲେ ବି କ୍ରାଇମବ୍ରାଞ୍ଚ ମାମଲା ରହିଛି।

Pradeep Panigrahi Corona Breaking News Abhaya Pathak
Advertisment
Advertisment