/odishatv-khabar/media/post_attachments/uploadimage/library/16_9/16_9_0/festival_1626688027.jpg)
festival
ବ୍ରହ୍ମପୁର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଉତ୍ସବ ଲାଗି ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମହୋତ୍ସବକୁ ଉଦ୍ଘାଟନ କରିବେ । ୨୪ ତାରିଖଠାରୁ ଆରମ୍ଭ ହେଉଥିବା ଏହି ମହୋତ୍ସବ ୫ ଦିନ ଧରି ଚାଲିବ। ୨୮ ତାରିଖରେ ଶେଷ ହେବ।
Advertisment
କଳା ଓ ସଂସ୍କୃତିର ଏହି ମହୋତ୍ସବକୁ ଧୂମଧାମର ସହ ପାଳନ କରିବା ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି। ଉଦଘାଟନ ଅବସରରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଦଯାପନୀରେ କଣ୍ଠଶିଳ୍ପୀ ଶାନ୍ ଆସିବା କାର୍ଯ୍ୟକ୍ରମ ରହିଛି।
ଏହାସହ ଓଲିଉଡ୍ ଜଗତର ଅନେକ ଅଭିନେତା,ଅଭିନେତ୍ରୀ ଓ କଳାକାର ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ବେଳାଭୂମି ମହୋତ୍ସବକୁ ନେଇ ଗଂଜାମ ହୋଟେଲ ଆସୋସିଏସନ ପ୍ରସ୍ତୁତ ରହିଛି ।
Advertisment
ସେପଟେ ପ୍ରବଳ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)