Advertisment

Goods Train Derails: ହାୱଡ଼ା–ମୁମ୍ବାଇ ଲାଇନରେ ଅଘଟଣ; ଲାଇନଚ୍ୟୁତ ହେଲା ଟ୍ରେନ

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ଦୁଇଟି ୱାଗନ ଖସିଗଲା। ଶନିବାର ସକାଳେ ଚକ୍ରଧରପୁର ରେଳ ଡିଭିଜନ ଅନ୍ତର୍ଗତ ବନ୍ଦମୁଣ୍ଡା ରେଳ ଷ୍ଟେସନ ଅଞ୍ଚଳରେ ହାୱଡ଼ା-ମୁମ୍ବାଇ ମୁଖ୍ୟ ଲାଇନ ଜଏଣ୍ଟ ଲାଇନରେ ଏହି ଅଘଟଣ ଘରିଯାଇଛି।

author-image
Pramod Behera
Goods Train Derails

ହାୱଡ଼ା–ମୁମ୍ବାଇ ଲାଇନରେ ଅଘଟଣ Photograph: (OTV)

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ଦୁଇଟି ୱାଗନ ଖସିଗଲା। ଶନିବାର ସକାଳେ ଚକ୍ରଧରପୁର ରେଳ ଡିଭିଜନ ଅନ୍ତର୍ଗତ ବନ୍ଦମୁଣ୍ଡା ରେଳ ଷ୍ଟେସନ ଅଞ୍ଚଳରେ ହାୱଡ଼ା-ମୁମ୍ବାଇ ମୁଖ୍ୟ ଲାଇନ ଜଏଣ୍ଟ ଲାଇନରେ ଏହି ଅଘଟଣ ଘରିଯାଇଛି। 

Advertisment

ଝାରସୁଗୁଡାର ଏକ୍ସଚେଞ୍ଜ ୟାର୍ଡରୁ ଏମସିଏଲକୁ  ଯାଉଥିବା ଏକ ମାଲବାହୀ ଟ୍ରେନ ହାୱଡ଼ା-ମୁମ୍ବାଇ ମୁଖ୍ୟ ଲାଇନ ଜଏଣ୍ଟ ଲାଇନ ଦେଇ ଯାଉଥିଲା। ମାଲବାହୀ ଟ୍ରେନର ପ୍ରେସର ସସ୍‌ପେନସନ୍‌ ସିଷ୍ଟମର ଏକ ଅଂଶ ହଠାତ୍ ଖସି ପଡ଼ିଲା, ଯାହା ଟ୍ରେନକୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା। ଯାହା ଫଳରେ ଏହାର ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଥିଲା। 

ଘଟଣା ସଂପର୍କରେ ଜାଣି ରେଳ ଉଦ୍ଧାରକାରୀ ଟିମ୍ ତୁରନ୍ତ ଆସି ମାଲବାହୀ ଟ୍ରେନ ୱାଗନଗୁଡ଼ିକୁ ସ୍ଥାନାନ୍ତରିତ କରିଥିଲେ। ତେବେ ଘଟଣାର ପ୍ରକୃତ କାରଣ ପାଇଁ  ବୈଷୟିକ ତଦନ୍ତ ଚାଲିଥିବା ବେଳେ ସ୍ଥିତି ଠିକ୍ ଥିବା ବନ୍ଧମୁଣ୍ଡା ଏଆରଏମ କହିଛନ୍ତି। 

Advertisment
Railway Train Derailment Rourkela
Advertisment
Advertisment