Advertisment

ଲୁଗା ଗୋଦାମ ସିଲ୍, ତଣ୍ଡ ଗଣିଲେ ଗ୍ରାହକ

ଯାଜପୁର: କରୋନା କାଳରେ ନିୟମ ଭାଙ୍ଗି ତଣ୍ଡ ଗଣିଲେ ଅମାନିଆ। ଲକଡାଉନ୍‌ରେ ଲୁଗା ଗୋଦାମ ଖୋଲିବା ମହଙ୍ଗା ପଡ଼ିଲା। ସିଲ୍ ହେଲା ଲୁଗା ଗୋଦାମ। ଖାଲି ସେତିକି ନୁହେଁ ଲୁଗା ନେବାକୁ ଭିଡ଼ ଲଗାଇଥିବା ଗ୍ରାହକ ମଧ୍ୟ ଗଣିଲେ ଫାଇନ୍। ଏଭଳି…

author-image
Chandan Shishu
ଅଦ୍ୟତନ ହୋଇଛି
ଲୁଗା ଗୋଦାମ ସିଲ୍, ତଣ୍ଡ ଗଣିଲେ ଗ୍ରାହକ

Capture

ଯାଜପୁର: କରୋନା କାଳରେ ନିୟମ ଭାଙ୍ଗି ତଣ୍ଡ ଗଣିଲେ ଅମାନିଆ। ଲକଡାଉନ୍‌ରେ ଲୁଗା ଗୋଦାମ ଖୋଲିବା ମହଙ୍ଗା ପଡ଼ିଲା। ସିଲ୍ ହେଲା ଲୁଗା ଗୋଦାମ। ଖାଲି ସେତିକି ନୁହେଁ ଲୁଗା ନେବାକୁ ଭିଡ଼ ଲଗାଇଥିବା ଗ୍ରାହକ ମଧ୍ୟ ଗଣିଲେ ଫାଇନ୍। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଅଞ୍ଚଳରେ। ଯାଜପୁର ରୋଡ ନହକା ରାଇସ୍ ମିଲ୍ ପରିସରରେ ଥିବା ଏକ ଲୁଗା ଗୋଦାମକୁ ସିଲ୍ କରିଛି।

Advertisment

publive-imageପୋଲିସ ଲକଡାଉନ୍ ନିୟମ ଉଲ୍ଲଙ୍ଘନ କରି ଲୁଗା ଦୋକାନ ଖୋଲିଥିବା ବେଳେ ପୋଲିସ ଓ ପୌର ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଭିତରେ ପ୍ରାୟ ଶହେରୁ ଅଧିକ ଲୋକେ ଥିଲେ ସମସ୍ତଙ୍କ ଠାରୁ ୫ ଶହ ଟଙ୍କା ଲେଖାଏଁ ଫାଇନ୍ କରିଛି ପୋଲିସ।

ଲକଡାଉନ୍ ବେଳେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ରହିଛି। ହେଲେ କୋରାପୁଟ ଜିଲ୍ଲାରେ ଦୋକାନୀମାନେ କୋଭିଡ୍ ଗାଇଡଲାଇନ୍‌ର ଉଲଂଘନ କରି ୧୧ଟା ପରେ ମଧ୍ୟ ଖୋଲୁଥିବା ଦେଖିବାକୁ ମିଳୁଛି। ତେବେ ଦିନ ୧୧ଟା ପରେ ଦୋକାନ ଖୋଲିଲେ ୭ ଦିନ ପାଇଁ ସିଲ୍ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କୁହାଯାଇଛି। ଏଥିସହ କିଛି ଅମାନିଆ ଡାକ୍ତରଖାନା ଓ ବିଭିନ୍ନ ବାହାନା ଦେଖାଇ ବାହାରେ ବୁଲୁଥିବାରୁ ସେମାନଙ୍କଠୁ ଜରିମାନା ଆଦାୟ କରାଯାଉଛି।

Advertisment
Advertisment
Advertisment