/odishatv-khabar/media/media_files/2025/11/20/gm_clg-2025-11-20-20-31-29.jpg)
GM_CLG Photograph: (OTV)
ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । ବି.ଏଡ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଦାବି ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। କୋର୍ସ କୁ ITEP ମାନ୍ୟତା ସାଙ୍ଗକୁ ଶେଷ ୨ ଟି ସେମିଷ୍ଟର ଛାତ୍ରଛାତ୍ରୀଙ୍କ ଠାରୁ ଅଧିକ ୫ ହଜାର ଟଙ୍କା ନିଆଯାଇଥିବା ଅଭିଯୋଗ। ଏହାକୁ ନେଇ ବିଶ୍ବବିଦ୍ୟାଳୟ ର ଫାଟକ ଆଗରେ ଦାବି ପୁରଣ ପାଇଁ ବସିଛନ୍ତି ଛାତ୍ର ଛାତ୍ରୀ ।
ଏମାନେ ସମସ୍ତେ ହେଉଛନ୍ତି ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରଛାତ୍ରୀ। ଏହି କୋର୍ସକୁ ଇଣ୍ଟିଗ୍ରେଟେଡ ଟିଚର୍ସ ଏଜୁକେଶନ ପ୍ରୋଗ୍ରାମ ଅନୁମୋଦନ ମିଳି ପାରି ନାହିଁ । ଫଳରେ ଏଠାରୁ ପାସ ହୋଇ ଗଲା ପରେ, ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ରେ ଛାତ୍ରଛାତ୍ରୀ ଚାକିରୀ ପାଇଁ ଯୋଗ୍ୟ ବିବେଚିତ ହୋଇପାରୁ ନାହାନ୍ତି ।
ନବୋଦୟ ସ୍କୁଲ କିମ୍ବା କେନ୍ଦ୍ରୀୟ ବିଦ୍ୟାଳୟ ରେ ସେମାନେ ଚାକିରି କରି ପାରୁ ନାହାନ୍ତି । ସେହିପରି ସପ୍ତମ ଓ ଅଷ୍ଟମ ସେମିଷ୍ଟର ଛାତ୍ର ଛାତ୍ରୀ ମାନଙ୍କ ଠାରୁ ୫୦୦୦ ଟଙ୍କା ଅଧିକ ନିଆଯାଉଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ।
ଏନେଇ ଉପ କୁଳସଚିବ କହିଛନ୍ତି, ITEP ଅନୁମୋଦନ ପାଇଁ NCTE କୁ ଆବେଦନ କରାଯାଇଥାଏ । ସେମାନେ କେତେକ ଆଧାରକୁ ଅନୁଧ୍ୟାନ କଲା ପରେ ଅନୁମୋଦନ ଦେଇଥାନ୍ତି । ବିଶ୍ବବିଦ୍ୟାଳୟ ପକ୍ଷରୁ ଏନେଇ ଆବେଦନ କରାଯାଇଛି । ସେହିପରି ୫ ହଜାର ଟଙ୍କା ଅଧିକ ନିଆଯାଇଥିବା ଅଭିଯୋଗ ଠିକ ନୁହେଁ, ଏହି ଟଙ୍କା ଷ୍ଟଡି ଟୁର ଓ ଅନ୍ୟ କାର୍ଯ୍ୟକ୍ରମ ରେ ଖର୍ଚ୍ଚ ହୋଇଥାଏ।
ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟରେ ଛାତ୍ର ଅଶାନ୍ତି
ବିଭିନ୍ନ ଦାବି ନେଇ ବିଏଡ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ITEP ମାନ୍ୟତା ଦାବି କରିଛନ୍ତି ଛାତ୍ରଛାତ୍ରୀ
ପିଲାଙ୍କଠାରୁ ଅଧିକ ୫ ହଜାର ଟଙ୍କା ନିଆଯାଉଥିବା ଅଭିଯୋଗ
Tragedy Upon Tragedy: ବାପାଙ୍କ ଦଶାହ ଯାଇନି, ଉଠିଲା ପୁଅର କୋକେଇ

Odisha Govt: ସୁଲଭ ମୂଲ୍ୟରେ ରାଜଧାନୀରେ ଘର ଯୋଗାଇବେ ସରକାର , ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ

Indian Army: କପି ହେବନି ସେନା ପୋଷାକ, ନମାନିଲେ ଆଇନ୍ ଅନୁଯାୟୀ ମିଳିବ ଦଣ୍ଡ

Action on Officer Over Stampede: ପୁରୀ ରଥଯାତ୍ରା ସମୟରେ ଦଳଚକଟା ଘଟଣା , ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)