/odishatv-khabar/media/post_attachments/uploadimage/library/16_9/16_9_0/love-sex_1626685891.jpg)
love sex
ଜଗତସିଂହପୁର : କେଉଁଠି ଯୌନ ରାକ୍ଷସର ଯୌନ ବିକାରରେ ଖିନ୍ଭିନ୍ ହେଉଛି କଅଁଳ କଢ଼ି ତ ଆଉ କେଉଁଠି କାମନାର ନିଆଁରେ ଜଳି ପୋଡ଼ି ଛାରଖାର୍ ହୋଇଯାଉଛନ୍ତି ଯୁବତୀ । ଏଭଳି ଏକ ଘଟଣା ଘଟିଛି ଜଗତସିଂପୁର ଜିଲ୍ଲା ନାଉଗାଁ ଅଞ୍ଚଳରେ। ଏହି ଜଘନ୍ୟ ଅପରାଧ ଏବେ ଦୋହଲାଇ ଦେଇଛି ସଭ୍ୟ ସମାଜକୁ ।
ଜଣେ ଦଳିତ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିବା ଯୁବକ ଭିଆଇଛି ସାଂଘାତିକ କାଣ୍ଡ । ଫଳରେ ଜୀବନ ହାରିବାକୁ ବାଧ୍ୟ ହୋଇଛନ୍ତି ଯୁବତୀ ଜଣକ । ଯାହାକୁ ନେଇ ଆଜି ବିଧାନସଭାରେ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିଥିବାବେଳେ ଆସନ୍ତାକାଲି ଏହାର ବିବୃତି ରଖିବେ ରାଜ୍ୟ ସରକାର।
ପ୍ରଥମେ ପ୍ରେମ ନିବେଦନ । ପରେ ଦୁଷ୍କର୍ମ, ଆଉ ତାପରେ ଆପତ୍ତିଜନକ ଫଟୋ ଉଠାଇ ବ୍ଲାକ୍ମେଲିଂ । ଦିନେ କି ଅଧେ ନୁହେଁ, ୪ ମାସ ଧରି ଏଭଳି କାଣ୍ଡ ଭିଆଇଥିଲା ପ୍ରେମ ପାଗଳ । ପରିଣାମ ସ୍ୱରୂପ ଲୋକଲଜ୍ଜା ଭୟରେ ଜୀବନ ହାରିଦେଲେ ଯୁବତୀ।
୪ ବର୍ଷ ଧରି ପ୍ରେମ ନିବେଦନ କରି ବିଫଳ ହୋଇଥିବା ଦୀପକ ବେହୁରା ପୀଡ଼ିତାଙ୍କୁ ଦୁଷ୍କର୍ମ କରି ଜୋରଜବରଦସ୍ତ ଉଠାଇଥିଲା ଆପତ୍ତିଜନକ ଫଟୋ । ଆଉ ସେହି ଫଟୋକୁ ପ୍ରିଣ୍ଟ କରି କେବେ ପୀଡ଼ିତାଙ୍କ ଘରେ ତ ଆଉ କେବେ ସମ୍ପର୍କୀୟଙ୍କ କାନ୍ଥ କବାଟରେ ଲଗାଇଥିଲା । କେବଳ ଏତିକି ନୁହେଁ, ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲା ସେ । ଶେଷରେ ଲୋକ ଲଜ୍ଜା ଭୟରେ ଜୀବନ ହାରିଦେଲେ ଅନୁସୂଚିତ ଜାତିର ଏହି ପୀଡ଼ିତା । ଏହି ଘଟଣାରେ ଅଭିଯୁକ୍ତ ଦୀପକକୁ ପୁଲିସ ଗିରଫ କରିଛି ସତ, କିନ୍ତୁ ପରିବାର ଲୋକଙ୍କ ଦାବି ତାକୁ ଫାଶୀ ଦିଆଯାଉ।
ଏପଟେ ଏହି ଘଟଣାକୁ ନେଇ ଆଜି ବିଧାନସଭାରେ ଉଠିଛି ତମ୍ବିତୋଫାନ୍ । ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏହି ଘଟଣାରେ ବାଚସ୍ପତିଙ୍କ ରୁଲିଂ ଦାବିରେ କଂଗ୍ରେସ ଓ ବିଜେପି ସଦସ୍ୟ ମଧ୍ୟ ହୋହଲ୍ଲା କରିଥିଲେ । ତେବେ ଜଗତସିଂପୁର ନାଉଗାଁ ମାମଲାରେ ଆସନ୍ତାକାଲି ବିବୃତ୍ତି ରଖିବାକୁ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)