Advertisment

ପୀଡ଼ିତା କହିଲେ କେମିତି ହୋଇଥିଲା ଗଣଦୁଷ୍କର୍ମ !

ପୁରୀ : ପର୍ଯ୍ୟଟନ ସହର ପୁରୀରେ ଲଜ୍ଜା ଜନକ ଖବର ଆସିବା ପରେ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାରେ ପୁଲିସ ତନାଘନା ଆରମ୍ଭ ହୋଇଛି। ଜଣେ ଯୁବତୀଙ୍କୁ କାରରେ ଟେକିନେଇ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବା କଥା ଉଠିବା ପରେ ପୁରୀ ଏସ୍‌ପି ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଅଟକ ରଖାଯାଇଛି। […]

author-image
Pradesh Pratyush
ପୀଡ଼ିତା କହିଲେ କେମିତି ହୋଇଥିଲା ଗଣଦୁଷ୍କର୍ମ !

rape puri byte

ପୁରୀ : ପର୍ଯ୍ୟଟନ ସହର ପୁରୀରେ ଲଜ୍ଜା ଜନକ ଖବର ଆସିବା ପରେ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାରେ ପୁଲିସ ତନାଘନା ଆରମ୍ଭ ହୋଇଛି। ଜଣେ ଯୁବତୀଙ୍କୁ କାରରେ ଟେକିନେଇ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବା କଥା ଉଠିବା ପରେ ପୁରୀ ଏସ୍‌ପି ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି।

Advertisment

ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଅଟକ ରଖାଯାଇଛି। ପୁରୀ କୁମ୍ଭାରପଡ଼ା ଥାନାରେ ସମ୍ପୃକ୍ତ କନଷ୍ଟେବଳ ଜିତେନ୍ଦ୍ର ସେଠୀଙ୍କୁ ଆଣି ପଚରଉଚରା କରାଯାଉଛି। ଯୁବତୀ ଜଣକର ଅଭିଯୋଗ ଅନୁଯାୟୀ, ମୁଁ ଭୁବନେଶ୍ୱରରେ ରୁହେ। ମୋ ଘର କାକଟପୁରକୁ ଯାଉଥିଲି। ନିମାପଡ଼ାରେ ହୋଟେଲରେ ଖାଇବା ବେଳେ ବସ୍ ଫେଲ ହୋଇଥିଲି। ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିବା ବେଳେ ଏକ କାର ମୋ ପାଖକୁ ଆସିଥିଲା।

କାରରେ ଜଣେ ପୁଲିସ ପରିଚୟ ଦେଇ ଘରେ ଛାଡ଼ିଦେବାକୁ କହିଥିଲେ। ମୁଁ ମନା କରିବାରୁ ୪ ଜଣ ଜବରଦସ୍ତ କାରରେ ଉଠାଇ ନେଇଥିଲେ। ପୁରୀରେ ନେଇ ଗୋଟିଏ କ୍ୱାର୍ଟର୍ସରେ ଦୁଷ୍କର୍ମ କରିଥିଲେ। ୨ ଜଣ ଦୁଷ୍କର୍ମ କରିଥିଲେ, ଅନ୍ୟ ୨ ଜଣ ବାହାରୁ କବାଟ ଦେଇଥିଲେ। ପୁରୀ ଝାଡ଼େଶ୍ୱରୀ କ୍ଲବ୍  ନିକଟ କ୍ୱାର୍ଟର୍ସରେ ଏହି  ଘଟଣା ଘଟିଥିବା ଖବର ଆସିଛି। ତେବେ ଘଟଣା ସମୟରେ ଜଣଙ୍କ ପର୍ସକୁ ଅକ୍ତିୟାର କରି ନେଇଥିଲେ ଯୁବତୀ। ପର୍ସରୁ ଜିତେନ୍ଦ୍ର ସେଠୀ ନାମକ ଜଣେ କନଷ୍ଟେବଲଙ୍କର ଆଇକାର୍ଡ ଓ ଆଧାରକାର୍ଡ଼ ମିଳିଥିବା ସୂଚନା ମିଳିଛି।

Advertisment

Advertisment
Advertisment