Advertisment

ଥାନାରେ ପହଞ୍ଚିଲା ଡ୍ୟାନ୍ସ ଗ୍ରୁପ୍‌ ପ୍ରେମ

ବାଲିଗୁଡ଼ା: ଲଭ୍, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ପ୍ରତାରଣା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର କୁନା ଦାସ। ନାବାଳିକା ଜଣକ ଏକ ଡ୍ୟାନ୍ସ ଗ୍ରୁପ୍‌ରେ କାମ ଖୋଜିବାକୁ ଯାଇ ଥିବାବେଳେ କୁନାଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ପରେ ବିବାହ […]

author-image
Rajalaxmi Sahoo
ଥାନାରେ ପହଞ୍ଚିଲା ଡ୍ୟାନ୍ସ ଗ୍ରୁପ୍‌ ପ୍ରେମ

pregnant-woman

ବାଲିଗୁଡ଼ା: ଲଭ୍, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ପ୍ରତାରଣା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର କୁନା ଦାସ।

Advertisment

ନାବାଳିକା ଜଣକ ଏକ ଡ୍ୟାନ୍ସ ଗ୍ରୁପ୍‌ରେ କାମ ଖୋଜିବାକୁ ଯାଇ ଥିବାବେଳେ କୁନାଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ପରେ ବିବାହ ପ୍ରତିଶ୍ରୁତି ଦେଇ କୁନା ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ମାତ୍ର ପରେ ବିବାହ ପାଇଁ ମନା କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିବା ଅଭିଯୋଗ ହୋଇଛି।

ନାବାଳିକା ଜଣକ ଏବେ ୬ ମାସର ଗର୍ଭବତୀ ଅଛନ୍ତି। ଏହି ଘଟଣାକୁ ନେଇ ଗତ ୮ ତାରିଖରେ ନାବାଳିକା ଜଣକ ଜି. ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଗତକାଲି କୁନାକୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Advertisment
Advertisment
Advertisment