Advertisment

ଭୂତ ଖୋଲୁଛି ମୃତ୍ୟୁର ରହସ୍ୟ !

ଅନୁଗୁଳ( ବିରଜା ଦାସ) : ଭୂତ ବଖାଣୁଛି ମୃତ୍ୟୁ ପଛର ରହସ୍ୟ। ଏମିତି ଦୃଶ୍ୟ ଆପଣ ନିଶ୍ଚୟ କୌଣସି ଫିଲ୍ମ କି ଟିଭି ଧାରାବାହିକରେ ଦେଖିଥିବେ । ଆଉ ମଧ୍ୟ କୌଣିସ ଗପ ଉପନ୍ୟାସରେ ପଢ଼ିଥିବେ। କିନ୍ତୁ ବାସ୍ତବରେ ଏମିତି କଥା…

author-image
Pradesh Pratyush
ଅଦ୍ୟତନ ହୋଇଛି
ଭୂତ ଖୋଲୁଛି ମୃତ୍ୟୁର ରହସ୍ୟ !

ghost

ଅନୁଗୁଳ( ବିରଜା ଦାସ) : ଭୂତ ବଖାଣୁଛି ମୃତ୍ୟୁ ପଛର ରହସ୍ୟ। ଏମିତି ଦୃଶ୍ୟ ଆପଣ ନିଶ୍ଚୟ କୌଣସି ଫିଲ୍ମ କି ଟିଭି ଧାରାବାହିକରେ ଦେଖିଥିବେ । ଆଉ ମଧ୍ୟ କୌଣିସ ଗପ ଉପନ୍ୟାସରେ ପଢ଼ିଥିବେ। କିନ୍ତୁ ବାସ୍ତବରେ ଏମିତି କଥା ଟିକେ ଅଡ଼ୁଆ ଲାଗେ । ହେଲେ ଏମିତିକା ଏକ ଘଟଣା ଘଟିଛି । ମୃତ୍ୟୁ ହୋଇଥିବା ଲୋକର ପଡ଼ୋଶୀ ଶରୀରରେ ଆତ୍ମା ପ୍ରବେଶ କରି ଗୋଟି ଗୋଟି କରି ଘଟଣାକୁ କହୁଛି। ଏପରି କିଛି ଆଶ୍ଚର୍ଯ୍ୟଜନକ, ଅବିଶ୍ୱସନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନତଡ଼ା ଗାଁରେ।

Advertisment

ଅଭିଯୋଗ ଅନୁସାରେ, ଗତ ସେପ୍ଟେମ୍ବର ୧୮ ତାରିଖରେ ପଞ୍ଚାନନ କାନୁନଗୋଙ୍କ ମୃତ୍ୟୁ ହୋଇଥିଲା। ପଡ଼ୋଶୀଙ୍କ କୂଅରେ ପଡ଼ି ପ୍ରାଣ ହରାଇଥିଲେ ପଞ୍ଚାନନ। ହେଲେ ମୃତ୍ୟୁର କିଛି ଦିନ ପରେ ସେପ୍ଟେମ୍ବର ୨୩ ତାରିଖରେ ଅଚାନକ ପଡ଼ୋଶୀ ମହିଳାଙ୍କ ଦେହରେ କାଳେ ପଞ୍ଚାନନଙ୍କ ଭୂତ ପଶି ଆସିଥିଲା । ଆଉ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ।

ଦୁଇରୁ ତିନି ଜଣ ବ୍ୟକ୍ତି ମିଶି ପଞ୍ଚାନନଙ୍କୁ ବାନ୍ଧି ତାଙ୍କୁ ମାଡ଼ ମାରିଥିବା ମହିଳା ଜଣକ କହୁଛନ୍ତି। ଏହାପରେ କୂଅରେ ପଞ୍ଚାନନଙ୍କୁ ପକାଇ ଦେଇଥିବା ଅଭିଯୋଗ ସେ କରିଛନ୍ତି। ଅନ୍ୟପଟେ ପଞ୍ଚାନନଙ୍କ ମୃତ୍ୟୁ କୂଅରେ ପଡ଼ି ହୋଇଥିଲା ବୋଲି ପୋଷ୍ଟମଟମ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

Advertisment
Angul News Ghost Tragedy Ghost Tragedy Angul
Advertisment
Advertisment