Advertisment

ବିଷାକ୍ତ ଖାଦ୍ୟ ନେଲା ଜୀବନ : ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ , ୩ ଗୁରୁତର ଅସୁସ୍ଥ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅସୁସ୍ଥ ଅଛନ୍ତି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଅସୁସ୍ଥମାନେ ଏବେ ମଧ୍ୟ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ରାତିରେ ଭଞ୍ଜନଗର ବ୍ଲକ ତାରସିଙ୍ଗି ଥାନା ବଦାଙ୍ଗି ଗାଁର ସୁବାସ ଗୌଡ଼ଙ୍କ ପରିବାର ଲୋକେ ଭାତ ଓ ତରକାରୀ ଖାଇ ଶୋଇଥିଲେ। ତେବେ ବିଳମ୍ୱିତ ରାତିରେ ହଠାତ୍‌ ସମସ୍ତଙ୍କ ପେଟ ଯନ୍ତ୍ରଣା କରିଥିଲା। ଏପରିକି ସମସ୍ତଙ୍କୁ […]

author-image
Pradesh Pratyush
ବିଷାକ୍ତ ଖାଦ୍ୟ ନେଲା ଜୀବନ : ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ , ୩ ଗୁରୁତର ଅସୁସ୍ଥ

food poision

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅସୁସ୍ଥ ଅଛନ୍ତି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଅସୁସ୍ଥମାନେ ଏବେ ମଧ୍ୟ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

Advertisment

ଗତକାଲି ରାତିରେ ଭଞ୍ଜନଗର ବ୍ଲକ ତାରସିଙ୍ଗି ଥାନା ବଦାଙ୍ଗି ଗାଁର ସୁବାସ ଗୌଡ଼ଙ୍କ ପରିବାର ଲୋକେ ଭାତ ଓ ତରକାରୀ ଖାଇ ଶୋଇଥିଲେ। ତେବେ ବିଳମ୍ୱିତ ରାତିରେ ହଠାତ୍‌ ସମସ୍ତଙ୍କ ପେଟ ଯନ୍ତ୍ରଣା କରିଥିଲା। ଏପରିକି ସମସ୍ତଙ୍କୁ ଝାଡ଼ା ମଧ୍ୟ ହୋଇଥିଲା। ମାତ୍ର ରାତିରେ ମେଡିକାଲ୍‌ ଯାଇ ପାରିନଥିଲେ।

ଆଜି ସକାଳେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରେ ଆଣି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁବାସଙ୍କ ସାନ ଝିଅ ନିମାଙ୍କର ମୃତ୍ୟୁ ହୋଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟମାନେ ଭଞ୍ଜନଗର ମେଡିକାଲରେ ଏବେ ମଧ୍ୟ ଚିକିତ୍ସିତ ଅଛନ୍ତି। ବିଷାକ୍ତ ଖାଦ୍ୟା ଖାଇଥିବାରୁ ଏପରି ହୋଇଥିବା ପୁଲିସ ଅନୁମାନ କରୁଛି।

Advertisment
Advertisment
Advertisment