/odishatv-khabar/media/post_attachments/uploadimage/library/16_9/16_9_0/haider-corona_1626176579.jpg)
haider
କଟକ : ହାଇଦରକୁ କରୋନା । ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ହୋଇଥିବା ଆଣ୍ଟିଜେନ୍ ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ RT-PCR ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଏହାପରେ ହାଇଦରକୁ ଚୌଦ୍ୱାର ଜେଲରେ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । ସେପଟେ ପଜିଟିଭ୍ ଚିହ୍ନଟ ପରେ ହାଇଦରର ରିମାଣ୍ଡ ସ୍ଥଗିତ ହୋଇଛି । ହାଇଦର ସୁସ୍ଥ ହେବାପରେ ପୁଣି ଥରେ ତାକୁ ରିମାଣ୍ଡରେ ଅଣାଯିବ ।
ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍ ଚିହ୍ନଟ ହୋଇଛି। RT-PCR ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ପଜିଟିଭ୍ ଚିହ୍ନଟ ପରେ ହାଇଦରର ରିମାଣ୍ଡ ସ୍ଥଗିତ । #GangsterHyder#Covid19#Odishapic.twitter.com/QkiaKXJ2cE
— ଓଟିଭି (@otvkhabar) April 17, 2021
ହାଇଦର କରୋନା ସଂକ୍ରମିତ ଚିହ୍ନଟ ହେବା ଖବର ସାମ୍ନାକୁ ଆସିବା ପରେ ଗ୍ୟାଙ୍ଗଷ୍ଟରକୁ ଧରିଥିବା ଟିମ ମଧ୍ୟରେ ଏବେ ଭୟ ଖେଳିଯାଇଛି । କିଛି ପୋଲିସ୍ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଗତକାଲି ହାଇଦରକୁ ଜେରା କରିଥିବା ଅନ୍ୟ ପୋଲିସ କର୍ମଚାରୀମାନଙ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ଆଇସୋଲେସନରେ ରଖାଯିବ । ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ, ହାଇଦର କେଉଁଠୁ ସଂକ୍ରମିତ ହୋଇଛି । ରାଜ୍ୟ ବାହାରରୁ ସଂକ୍ରମିତ ହୋଇଥିବା ସନ୍ଦେହ କରୁଛନ୍ତି ମେଡ଼ିକାଲ ଟିମ୍ ।
ସୂଚନାଯୋଗ୍ୟ ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ଯାଇଥାଆନ୍ତା ଗ୍ୟାଙ୍ଗଷ୍ଟର ହାଇଦର । ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେଇ ସତ ଉଗାଳିବା ପାଇଁ ଚେଷ୍ଟା କରିଥାଆନ୍ତା କଟକ ମଙ୍ଗଳାବାଗ ପୋଲିସ । କଟକ ସିଟି JMFC କୋର୍ଟ ୭ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରୁ କିପରି ଚମ୍ପଟ ମାରିଲା, ଏତେ କମ୍ ସମୟ ଭିତରେ କିପରି ହାଇଦ୍ରାବାଦ ଖସି ପଳାଇବାରେ ସକ୍ଷମ ହେଲା, ସେସବୁର ଉତ୍ତର ଆଦାୟ କରିଥାଆନ୍ତା ପୋଲିସ । ଗତକାଲି କଡ଼ା କଟକଣା ମଧ୍ୟରେ ପୋଲିସ ତାକୁ ଚୌଦ୍ୱାର ଜେଲକୁ ନେଇଥିଲା । ତାସହ ହାଇଦର ଲିଙ୍କରେ ଧରାପଡ଼ିଥିବା ୩ ଯୁବତୀଙ୍କ ସହ ୮ ସହଯୋଗୀଙ୍କୁ ବି ଜେରା କରିଥିଲା ପୋଲିସ ।
ପୋଲିସକୁ ଚକ୍ମା ଦେଇ ଏପ୍ରିଲ ୧୦ ତାରିଖରେ କଟକ ଏସ୍ସିବି ମେଡିକାଲରୁ ଖସି ପଳାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ୍ ହାଇଦର। ନିଜକୁ ଲୁଚେଇବା ପାଇଁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ପ୍ରାୟ ଏକୁଟିଆ ବୁଲୁଥିଲା । ୧୨୦ ଘଣ୍ଟାର ଅପରେସନ ପରେ ଶେଷରେ ଗୁରୁବାର ବେଳେ ଧରାପଡ଼ିଥିଲା ହାଇଦର। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ତାକୁ ଗିରଫ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)