Advertisment

ସୁରକ୍ଷାକର୍ମୀଙ୍କୁ ନିଶା ଦେଇ SCB ରୁ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ହାଇଦର

ଫେରାର ହୋଇଗଲା ଗ୍ୟାଙ୍ଗଷ୍ଟର ହାଇଦର। କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ସୂଚନା। SCB ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି । ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିବା ବେଳେ ଫେରାର ହୋଇଯାଇଛି ହାଇଦର।

author-image
Sarbeswar
ସୁରକ୍ଷାକର୍ମୀଙ୍କୁ ନିଶା ଦେଇ SCB ରୁ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ହାଇଦର

gngster-hyder

  • ମେଡ଼ିକାଲରୁ ଖସି ପଳାଇଲା ହାଇଦର
  • ସୁରକ୍ଷାକର୍ମୀଙ୍କୁ ଧକ୍କା ଦେଇ ଖସି ପଳାଇଥିବା  ସ୍ପଷ୍ଟ କଲେ ଜେଲ ଡ଼ିଜି
  • ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ

କଟକ: ଫେରାର ହୋଇଗଲା ଗ୍ୟାଙ୍ଗଷ୍ଟର ହାଇଦର। କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ସୂଚନା। SCB ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି । ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିବା ବେଳେ ଫେରାର ହୋଇଯାଇଛି ହାଇଦର। ୧୨ ଦିନ ତଳେ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିଲା। ବୁର୍ଲା ମେଡିକାଲରୁ ରେଫର ହୋଇ SCB ଆସିଥିଲା ହାଇଦର। ତେବେ SCBର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ହାଇଦରର ଚିକିତ୍ସା ଚାଲିଥିଲା। ହାଇଦରକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ବି ହୋଇଥିଲେ। କିନ୍ତୁ ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିବା ସୂଚନା ମିଳିଛି।  ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲା ଓ ପରେ SCB ପଠାଯାଇଥିଲା। ହାଇଦର କେଉଁଆଡ଼େ ଗଲା ଓ କେମିତି ଗଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏପଟେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଥିବା ନେଇ ଜେଲ୍ ଡିଜି ସ୍ପଷ୍ଟ କରିଛନ୍ତି। ଅଜି ସଂଧ୍ୟାରେ ସେ ସୁରକ୍ଷା କର୍ମୀଙ୍କୁ ଧକ୍କା ମାରି ଖସିଯାଇଥିବା ଜେଲ୍ ଡିଜି କହିଛନ୍ତି। ହାଇଦରକୁ ଧରିବା ପାଇଁ ବର୍ତ୍ତମାନ ପୋଲିସ ଧରପଗଡ଼ ଜୋରଦାର କରାଯାଇଛି। ଏହି ମିଶନରେ ଯାଜପୁର, କେନ୍ଦ୍ରାପଡ଼ା ଏସ୍.ପି ଓ କଟକ ଡିସିପି ସାମିଲ ହୋଇଥିବା କହିଛନ୍ତି ଜେଲ୍ ଡିଜି। ଏହାସହ ପୂର୍ବରୁ ସମ୍ବଲପୁର ସର୍କଲ୍ ଜେଲରେ ସଜା କାଟୁଥିଲା ହାଇଦର। ସେଠାରେ ଅସୁସ୍ଥ ହେବାପରେ ପ୍ରଥମେ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ତାକୁ। ତାପରେ ଗତ ୧୨ ଦିନ ତଳେ ସ୍ଥାନାନ୍ତର କରାଯାଇଥିଲା ଏସ୍ସିବିକୁ। ଏସ୍ସିବିର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ତାକୁ ରଖାଯାଇଥିଲା। ସେହି ୱାର୍ଡ଼ରୁ ଆଜି ସଂଧ୍ୟାରେ ଖସିଯାଇଥିବା ଜେଲ୍ ଡିଜି ସ୍ପଷ୍ଟ କରିଛନ୍ତି।

ମେଡ଼ିକାଲରେ ସମ୍ବଲପୁରରୁ ଆସିଥିବା ସୁରକ୍ଷାକର୍ମୀ ନିୟୋଜିତ ଥିଲେ। ତାଙ୍କୁ ଧକ୍କା ଦେଇ ହାଇଦର ଖସିଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ହାଇଦରକୁ ଧରିବା ପାଇଁ ଚାଲିଛି ପୋଲିସର ବଡ଼ଧରଣର ସର୍ଚ୍ଚ ଅପରେସନ୍। ଏଥିରେ ସାମିଲ ହୋଇଛନ୍ତି କଟକ ଡିସିପିଙ୍କ ସମେତ କେନ୍ଦ୍ରାପଡ଼ା ଓ ଯାଜପୁର ଏସ୍ପି। ତାସହ ଏକାଧିକ ସ୍ପେଶାଲ ସ୍କ୍ୱାର୍ଡ଼ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି। କଟକ ସହର ସୀମାକୁ ସିଲ୍ କରାଯାଇଛି। ଖୁବ୍ ଶୀଘ୍ର ହାଇଦରକୁ ଧରାଯିବ ବୋଲି କହିଛନ୍ତି କଟକ ଡିସିପି।

Advertisment
Gangster Hyder
Advertisment
Advertisment