Advertisment

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼: ଯୁକ୍ତ ତିନି ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ୪ ସହପାଠୀ ହିଁ ଏହି କାଣ୍ଡ କରିଛନ୍ତି। ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଥାନାରେ ଏତଲା ପରେ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଅଟକ ରଖି ପଚରା ଉଚରା କରିଛି। ଅଭିଯୋଗ ଅନୁସାରେ, ଗତ ଜୁନ ମାସରେ ଛାତ୍ରୀ ଜଣକ କଲେଜରୁ ଫେରୁଥିବା ବେଳେ ଜଣେ ସହପାଠୀ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ପରେ ଆଉ ତିନି ଜଣ ସେଠାରେ ପହଞ୍ଚି […]

author-image
Rosalin Rath
କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

rape2

ସୁନ୍ଦରଗଡ଼: ଯୁକ୍ତ ତିନି ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ୪ ସହପାଠୀ ହିଁ ଏହି କାଣ୍ଡ କରିଛନ୍ତି। ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଥାନାରେ ଏତଲା ପରେ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଅଟକ ରଖି ପଚରା ଉଚରା କରିଛି। ଅଭିଯୋଗ ଅନୁସାରେ, ଗତ ଜୁନ ମାସରେ ଛାତ୍ରୀ ଜଣକ କଲେଜରୁ ଫେରୁଥିବା ବେଳେ ଜଣେ ସହପାଠୀ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ପରେ ଆଉ ତିନି ଜଣ ସେଠାରେ ପହଞ୍ଚି ଦୁଷ୍କର୍ମ କରିଥିଲେ।

Advertisment

ଛାତ୍ରୀ ଜଣକ ଲୋକଲଜ୍ଜା ଭୟରେ ଏହି କଥା କାହାକୁ ଜଣାଇ ନ ଥିଲେ। କିନ୍ତୁ ଏହା ପରଠୁ ସେ କଲେଜ ଯିବା ବନ୍ଦ କରିଦେଇଥିଲେ। ତେବେ ତାଙ୍କର ହାବଭାବରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖି ପରିବାର ଲୋକେ ଛାତ୍ରୀଙ୍କୁ ପଚାରିବାରୁ ଦୁଷ୍କର୍ମ କଥା ଜଣାପଡ଼ିଥିଲା। ଏହା ପରେ ପରିବାରଲୋକେ ସୁନ୍ଦରଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି।

Advertisment
Advertisment