/odishatv-khabar/media/post_attachments/uploadimage/library/16_9/16_9_0/wine-2_1626685427.jpg)
wine
ନୂଆପଡ଼ା : ମଦ ପାଉଚରେ ଗାନ୍ଧି ଚଷମା। ନୂଆପଡ଼ା ଜିଲ୍ଲା ବୋଡ଼େନ୍ ଦେଶୀ ମଦଭାଟିରେ ପ୍ରସ୍ତୁତ ମଦ ପାଉଚ୍ରେ ଗାନ୍ଧି ଚଷମା ଚିହ୍ନ ଥିବାରୁ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଗାନ୍ଧି ଚଷମା ଥିବା ସ୍ୱଚ୍ଛ ଭାରତ ଅଭିଯାନର ଲୋଗୋକୁ ଏହି ପାଉଚରେ ଛପା ଯାଇଥିବା ବେଳେ ଏହା ମହାତ୍ମା ଗାନ୍ଧିଙ୍କ ପ୍ରତି ଅପମାନ ବୋଲି ଲୋକଙ୍କ ମଧ୍ୟ ମତ ପ୍ରକାଶ ପାଇଛି।
ମହାତ୍ମା ଗାନ୍ଧି ନିଶାମୁକ୍ତି ପାଇଁ ସର୍ବଦା ଆହ୍ୱାନ ଦେଉଥିବା ବେଳେ ଏବଂ ଚଳିତ ବର୍ଷ ତାଙ୍କର ୧୫୦ତମ ଜୟନ୍ତୀ ପାଳନ ହେଉଥିବା ବେଳେ ଦେଶୀ ମଦ ପାଉଚରେ ତାଙ୍କର କୌଣସି ବି ସାଙ୍କେତିକ ଉପସ୍ଥିତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ମହିଳା ।
ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ତୁରନ୍ତ ଏହାକୁ ରୋକାନଗଲେ ଆନ୍ଦୋଳନର ଧମକ ଦିଆଯାଇଛି। ଅନ୍ୟପକ୍ଷରେ ନୂଆପଡ଼ା ଅବକାରୀ ଅଧିକାରୀଙ୍କୁ ପଚରାଯିବାରୁ ସେ ଏସଂପର୍କରେ ଜାଣିନଥିବା କହିବା ସହ ଲୋକଙ୍କୁ ସ୍ୱଚ୍ଛତା ସଂପର୍କରେ ସଚେତନ କରିବାକୁ ଏହା ଲଗାଯାଇଛି, ଗାନ୍ଧିଙ୍କୁ କୌଣସି ପ୍ରକାର ନ୍ୟୁନ ଦର୍ଶାଯାଇନାହିଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)