Advertisment

ଖର୍ଚ୍ଚ ନ ହୋଇ ପଡ଼ି ରହିଛି ୭ କୋଟି ୬୨ଲକ୍ଷ ୬୦ହଜାର ଏସଡିସି ଫଣ୍ଡ: ଅଧ୍ୟକ୍ଷ ପଦ ଖାଲି

ଗଜପତି: ଗଜପତି ଜିଲ୍ଲାରେ ଖର୍ଚ୍ଚ ହୋଇପାରିନାହିଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସଡିସିର ଫଣ୍ଡ। ଏସ୍‌ଡିସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଆସିଥିବା ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। ସରକାର ଟଙ୍କା ଦେଉଥିଲେ ମଧ୍ୟ ଏହା ଖର୍ଚ୍ଚ ହୋଇପାରିନାହିଁ। ଆଦିବାସୀଙ୍କ ଉନ୍ନୟନ ତଥା ସେମାନଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କରିବା ପାଇଁ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସ୍‌ଡିସି ଗଠନ କରିଥିଲେ। ହେଲେ ଜିଲ୍ଲା ଆଦିବାସୀଙ୍କ ସମସ୍ୟାର ସମସ୍ୟାର ସମାଧାନ କରାଯାଉ ନଥିବା ଲୋକେ […]

ଖର୍ଚ୍ଚ ନ ହୋଇ ପଡ଼ି ରହିଛି ୭ କୋଟି ୬୨ଲକ୍ଷ ୬୦ହଜାର ଏସଡିସି ଫଣ୍ଡ: ଅଧ୍ୟକ୍ଷ ପଦ ଖାଲି

gajapati

Advertisment

ଗଜପତି: ଗଜପତି ଜିଲ୍ଲାରେ ଖର୍ଚ୍ଚ ହୋଇପାରିନାହିଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସଡିସିର ଫଣ୍ଡ। ଏସ୍‌ଡିସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଆସିଥିବା ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। ସରକାର ଟଙ୍କା ଦେଉଥିଲେ ମଧ୍ୟ ଏହା ଖର୍ଚ୍ଚ ହୋଇପାରିନାହିଁ। ଆଦିବାସୀଙ୍କ ଉନ୍ନୟନ ତଥା ସେମାନଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କରିବା ପାଇଁ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସ୍‌ଡିସି ଗଠନ କରିଥିଲେ। ହେଲେ ଜିଲ୍ଲା ଆଦିବାସୀଙ୍କ ସମସ୍ୟାର ସମସ୍ୟାର ସମାଧାନ କରାଯାଉ ନଥିବା ଲୋକେ ଅଭିଯୋଗ କରୁଛନ୍ତି। ଖୋଦ୍ ଶାସକ ଦଳର ଜିଲ୍ଲା ପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ ଏହା କହିଛନ୍ତି।

Advertisment

ରାଜନୈତିକ ଥଇଥାନର କେନ୍ଦ୍ର ପାଲଟିଛି ଏସଡିସି। ଉପଯୁକ୍ତ ବ୍ୟକ୍ତି ମିଳୁନଥିବାରୁ ଏହା ପୂରଣ ହେଉନଥିବା ଅଭିଯୋଗ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକା। ଗଜପତି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୩ କୋଟି ୩୭ଲକ୍ଷ ୪୦ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୭କୋଟି ୬୨ଲକ୍ଷ ୬୦ହଜାର ଟଙ୍କା ବଳକା ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ଏସଡିସି ରାଜନୈତିକ ଥଇଥାନ କେନ୍ଦ୍ର ପାଲଟିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଭାଗୀୟ ମନ୍ତ୍ରୀ। ସରକାର ଏହା ଉପରେ ଚିନ୍ତା କରୁଛନ୍ତି। ଅତିଶୀଘ୍ର ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦବୀ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ