Advertisment

ମହାପ୍ରସାଦକୁ ମହା ଅସମ୍ମାନ; କିଏ ଫିଙ୍ଗିଦେଲା କାଳିଆର ପ୍ରିୟ ଭୋଗ ?

ପୁରୀ: ବିଶ୍ୱାସ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନପାଇଲେ କଣ ହେଲା, ତାଙ୍କ ମହାପ୍ରସାଦ କଣିକାଏ ପାଇଗଲେ ବି କୋଟି ପୁଣ୍ୟ ସହ ମୁକ୍ତି ମିଳେ। ହେଲେ ସେହି ମହାପ୍ରସାଦ ସମ ଶୁଖିଲି ଭୋଗକୁ ଖୋଦ୍ ଶୀକ୍ଷେତ୍ରରେ ଯେଉଁଭଳି ସାଂଘାତିକ ଅସମ୍ମାନ କରାଯାଇଛି, ତାକୁ ଦେଖି ବ୍ୟଥିତ କୋଟି କୋଟି ଜଗନ୍ନାଥ ପ୍ରେମୀ। ଶ୍ରୀମନ୍ଦିର ନୀତି ପ୍ରଶାସକ କହୁଛନ୍ତି, ବିହିତ ପଦକ୍ଷେପ ନେବୁ। ହେଲେ ଚାକ୍ଷୁସ ପ୍ରମାଣ ଦେଖି ହୃଦୟ ସହୁନି ଭକ୍ତର। ମହାପ୍ରସାଦକୁ ପୁଣି ଏତେ […]

ଅଦ୍ୟତନ ହୋଇଛି
ମହାପ୍ରସାଦକୁ ମହା ଅସମ୍ମାନ; କିଏ ଫିଙ୍ଗିଦେଲା କାଳିଆର ପ୍ରିୟ ଭୋଗ ?

mahapasada

Advertisment

ପୁରୀ: ବିଶ୍ୱାସ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନପାଇଲେ କଣ ହେଲା, ତାଙ୍କ ମହାପ୍ରସାଦ କଣିକାଏ ପାଇଗଲେ ବି କୋଟି ପୁଣ୍ୟ ସହ ମୁକ୍ତି ମିଳେ। ହେଲେ ସେହି ମହାପ୍ରସାଦ ସମ ଶୁଖିଲି ଭୋଗକୁ ଖୋଦ୍ ଶୀକ୍ଷେତ୍ରରେ ଯେଉଁଭଳି ସାଂଘାତିକ ଅସମ୍ମାନ କରାଯାଇଛି, ତାକୁ ଦେଖି ବ୍ୟଥିତ କୋଟି କୋଟି ଜଗନ୍ନାଥ ପ୍ରେମୀ। ଶ୍ରୀମନ୍ଦିର ନୀତି ପ୍ରଶାସକ କହୁଛନ୍ତି, ବିହିତ ପଦକ୍ଷେପ ନେବୁ। ହେଲେ ଚାକ୍ଷୁସ ପ୍ରମାଣ ଦେଖି ହୃଦୟ ସହୁନି ଭକ୍ତର।

Advertisment

ମହାପ୍ରସାଦକୁ ପୁଣି ଏତେ ଅସମ୍ମାନ ! ଭକ୍ତ ଆଶ୍ଚର୍ଯ୍ୟ, ଭାବାବେଗକୁ କୁଠାରଘାତ କାହିଁକି ? କେଉଁଥି ପାଇଁ ? କିଏ ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ପେଜ ନଳାରେ ଏମିତି ଅମଣିଷ ଭଳି ଫିଙ୍ଗିଛି  ? ମହାପ୍ରଭୁ କାଳିଆ ସାଆନ୍ତଙ୍କ ଏସବୁ ଅତିପ୍ରିୟ ଶୁଖିଲି ଭୋଗକୁ ? ଯେଉଁଥିରୁ କାଣିଚାଏ ସେବନରେ ମୁକ୍ତି। ଯାହାକୁ ପାଇବାକୁ ଦୀର୍ଘ ୫ ମାସ ହେଲାଣି ଚାତକ ଭଳି ଚାହିଁଛି ଭକ୍ତ। ତାକୁ ପୁଣି ଏତେ ହତାଦର ଦେଖି ହୃଦୟ କାନ୍ଦୁଛି କୋଟି କୋଟି ଜଗନ୍ନାଥପ୍ରେମୀଙ୍କର। କହୁଛନ୍ତି ଫିଙ୍ଗିଲ ତ ଫିଙ୍ଗିଲ ପୁଣି ପେଜନଳାରେ ଫିଙ୍ଗି ଦେଲ। ଇଏ ସେହି ପେଜନଳା, ଯେଉଁଠି ଶ୍ରୀମନ୍ଦିର ରୋଷଘରୁ ଦୈନ୍ୟଦିନ ବାହାରୁଥିବା ବଜର୍ୟବସ୍ତୁ ମୁହଁ ମାରନ୍ତି ଗୋରୁ ଗାଇ ଓ କୁକୁର।

କଣ ନାହିଁ ଏହି ଇତଃସ୍ତତଃ ଅବସ୍ଥାରେ ଫିଙ୍ଗା ହୋଇଥିବା ଶହ ଶହ ତାଳପତ୍ର ପେଡ଼ି ଭର୍ତ୍ତି ଶୁଖିଲି ଭୋଗରେ ? ମିଠା ଫେଣି, ଖଜା, ନୁଣୁ ଖୁରୁମା ଓ ଜଗନ୍ନାଥ ବଲ୍ଲଭ ସହିତ ଅନେକ ସ୍ୱାଦିଷ୍ଟ ବ୍ୟଞ୍ଜନ ଯାହା ଖାଲି ଭକ୍ତଙ୍କର ନୁହେଁ ମହାପ୍ରଭୁ କାଳିଆ ସାଆନ୍ତଙ୍କର ବି ଅତି ପ୍ରିୟ।

Advertisment

ତେବେ ଏଠି ପ୍ରଶ୍ନ କିଏ ଓ କାହିଁକି ଫିଙ୍ଗିଲା ଏତେ ପରିମାଣର ମହାପ୍ରସାଦ ସମ ଶୁଖିଲି ଭୋଗ? ନଫିଙ୍ଗି ଭକ୍ତ ଓ ଦୁଃଖୀ ରଙ୍କିଙ୍କୁ ବାଣ୍ଟି ଦେଇଥିଲେ କଣ ଅପରାଧ ହୋଇଥାନ୍ତା ? ଯଦିଓ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରକୁ ଭକ୍ତ ଆସୁନଥିବାରୁ ଭୋଗ ବିକ୍ରି ହେଉନାହିଁ ତାହାଲେ କଣ ଭୋଗ ନଷ୍ଟ ହେଲେ ତାକୁ ଏମିତି ଆବର୍ଜନା ଭଳି ଫିଙ୍ଗି ଦିଆଯିବ ? ଯିଏ ଫିଙ୍ଗିଛି ସିଏ ଅପରାଧୀ। କାରଣ ପରମ୍ପରା କହୁଛି, ମହାପ୍ରସାଦ ମାରା କିମ୍ବା ନଷ୍ଟ ହେଲେ ଏହାକୁ ନଫିଙ୍ଗି ସିଧା ପୋତି ଦିଆଯିବା ଦରକାର। ତେଣେ ଖୋଦ୍ ସୁଆର ମହାସୁଆର ନିଯୋଗ ବି ଏଭଳି କାମ ଠିକ୍ ନୁହେଁ ବୋଲି ମାନିଛି। ତାସହ ପ୍ରଶ୍ନ, କାହିଁକି ଏ ଦିଗରେ ଶୀଘ୍ର କୌଣସି ପଦକ୍ଷେପ ନେଲାନାହିଁ ଶ୍ରୀମନ୍ଦିର ପ୍ରଶାସନ ? ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯିବ। ଭବିଷ୍ୟତରେ ଘଟଣାର ଯେମିତି ପୁନରାବୃତି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ।

ମହାପ୍ରଭୁ ଜଗନ୍ନାଥଙ୍କ ଶୁଖିଲି ଭୋଗ ହେଉ କି ମହାପ୍ରସାଦ ମାର୍ଚ୍ଚ ୨୦ ପରଠୁ ଭକ୍ତଙ୍କ ପାଇଁ ସତେ ଯେମିତି ଦୁର୍ଲଭ ହୋଇ ପଡ଼ିଛି। ହେଲେ ଆଜି ସେହି ମହାପ୍ରସାଦର ଏ ମହାଅସମ୍ମାନ ଅବସ୍ଥା ଦେଖି ମନ କଷ୍ଟରେ ଛଟପଟ କୋଟି କୋଟି ଜଗନ୍ନାଥ ପ୍ରେମୀ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ