Advertisment

ଗାଁର ଶ୍ମଶାନ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ଗାଁର ଶ୍ମଶାନ ଜମିକୁ ନେଇ ମୁହାଁମୁହିଁ ଦୁଇ ଗୋଷ୍ଠୀ। ଘର, ଜନବସତି ଆଗରେ ପୋଡ଼ା ହେଲା ମୃତଦେହ। ପୋଲିସ୍ ଓ ଶହ ଶହ ଲୋକଙ୍କ ଉପସ୍ଥିତିରେ ଜୋରଜବରଦସ୍ତ ଭାବେ ମୃତଦେହର ସତ୍କାର ହୋଇଛି। ଏଭଳି କିଛି ଘଟଣା ଘଟିଛି ଖୋର୍ଦ୍ଧା ଟାଙ୍ଗି ଥାନା ଟାନସିପାଟଣା ଅଞ୍ଚଳରେ। ଗାଁର ଏକ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଭିନ୍ନ ଭିନ୍ନ ଦାବି ରହିଛି। ଗୋଟିଏ ଗୋଷ୍ଠୀ ଏହାକୁ ଶଶ୍ମାନ ବୋଲି ମାନ୍ୟତା ଥିବା ଦାବି ଦେଖାଇଛନ୍ତି। ପୂର୍ବରୁ […]

author-image
Chandan Shishu
ଗାଁର ଶ୍ମଶାନ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

funrel

ଭୁବନେଶ୍ୱର: ଗାଁର ଶ୍ମଶାନ ଜମିକୁ ନେଇ ମୁହାଁମୁହିଁ ଦୁଇ ଗୋଷ୍ଠୀ। ଘର, ଜନବସତି ଆଗରେ ପୋଡ଼ା ହେଲା ମୃତଦେହ। ପୋଲିସ୍ ଓ ଶହ ଶହ ଲୋକଙ୍କ ଉପସ୍ଥିତିରେ ଜୋରଜବରଦସ୍ତ ଭାବେ ମୃତଦେହର ସତ୍କାର ହୋଇଛି। ଏଭଳି କିଛି ଘଟଣା ଘଟିଛି ଖୋର୍ଦ୍ଧା ଟାଙ୍ଗି ଥାନା ଟାନସିପାଟଣା ଅଞ୍ଚଳରେ।

Advertisment

ଗାଁର ଏକ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଭିନ୍ନ ଭିନ୍ନ ଦାବି ରହିଛି। ଗୋଟିଏ ଗୋଷ୍ଠୀ ଏହାକୁ ଶଶ୍ମାନ ବୋଲି ମାନ୍ୟତା ଥିବା ଦାବି ଦେଖାଇଛନ୍ତି। ପୂର୍ବରୁ ଏହି ଜମିକୁ ଶ୍ମଶାନ ଭାବେ ଅନୁମତି ମିଳିଥିଲା। ହେଲେ ଗାଁଲୋକେ ଏହାକୁ ଜୋରଜବରଦସ୍ତ ଭାବେ ମାଡ଼ି ବସିଥିବା ଅଭିଯୋଗ କରିଛନ୍ତି।  ବାରମ୍ବାର ଏହାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଥିଲେ।

publive-imageଏପରିକି ତହସିଲଦାର ଓ ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ଅନୁମତି ବି ମିଳିଥିବା ସେମାନେ ଦେଖାଇଛନ୍ତି। ତଥାପି ତାଙ୍କୁ ବହୁ ବର୍ଷ ଧରି ଏଠି ଶବ ଦାହ କରିବାକୁ ଦିଆଯାଉନଥିଲା। ଏଣେ ତେଣେ ମୃତଦେହ ସତ୍କାର କରିବାକୁ ପଡ଼ିଥିବା ଗୋଟିଏ ଗୋଷ୍ଠୀ କହିଛି।

Advertisment

ଅପରପକ୍ଷେ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ଅନ୍ୟ ଗୋଷ୍ଠୀ। ଗାଁର ଏହି ନିର୍ଦ୍ଦିଷ୍ଟ ଜମି ଶ୍ମଶାନ ଦାବିକୁ ନିରାଧାର କହିବା ସହ ଏହି ଯାଗା ପୂର୍ବରୁ ଗାଁଲୋକଙ୍କ ବୋଲି ଦାବି ହୋଇଛି। ଘଟଣାସ୍ଥଳରେ ଆଜି ଉତ୍ତେଜନା ଦେଖାଦେବା ପରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ସହ ଖୋର୍ଦ୍ଧା ଡେପୁଟି କଲେକ୍ଟର, ପୋଲିସ୍ ପହଞ୍ଚିଛନ୍ତି।

Advertisment
Advertisment